ଶ୍ରୀରାମ ନାହାନ୍ତି ବୋଲି ଉଚ୍ଚନ୍ୟାୟାଳୟ ଯେଉଁମାନେ ସତ୍ଯପାଠ କରିଥିଲେ ସେମାନେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବାକୁ ଡରିଲେ

ଶ୍ରୀରାମ ନାହାନ୍ତି ବୋଲି ଉଚ୍ଚନ୍ୟାୟାଳୟ ଯେଉଁମାନେ ସତ୍ଯପାଠ କରିଥିଲେ ସେମାନେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବାକୁ ଡରିଲେ

ମୁସଲିମ ହୋଇ ମଧ୍ୟ କାରସେବକ, ମନ୍ଦିର ଆସିବା ପାଇଁ ଉତ୍ସୁକ l ଆଉ ହିନ୍ଦୁ ହୋଇ ମଧ୍ୟ…………?ଆଶ୍ଚର୍ଯ୍ୟ ହେବାର ନାହିଁ ଏହିମାନେ ଶ୍ରୀରାମ ନାହାନ୍ତି ବୋଲି ଉଚ୍ଚନ୍ୟାୟାଳୟ ରେ ସତ୍ୟପାଠ କରିଥିଲେ l ଆଜି ଶ୍ରୀରାମ ଙ୍କୁ ଗ୍ରହଣ କେମିତି କରିବେ l ଯେଉଁମାନେ ରାମଙ୍କୁ ପରିତ୍ୟାଗ କରନ୍ତି ରାମଭକ୍ତ ତାଙ୍କୁ ପରିତ୍ୟାଗ କରନ୍ତି l
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ । ଦଳ ପକ୍ଷରୁ ଏକ ବିବୃତ୍ତି ଜାରି ସୂଚନା ଦିଆଯାଇଛି । କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରାଯାଇଛି । ଜାନୁଆରୀ ୨୨ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ କୌଣସି କଂଗ୍ରେସ ନେତା ଅଯୋଧ୍ୟା ଯିବେ ନାହିଁ । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗତ ମାସରେ ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ୨୨ ଜାନୁୟାରୀରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଛି । ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କୁ ପୂଜା କରନ୍ତି । ଧର୍ମ ଏକ ବ୍ୟକ୍ତିଗତ ବିଷୟ, କିନ୍ତୁ ଆରଏସଏସ / ଭାଜପା ଅଯୋଧ୍ୟାରେ ଥିବା ମନ୍ଦିରକୁ ଦୀର୍ଘ ଦିନ ଧରି ଏକ ରାଜନୈତିକ ପ୍ରକଳ୍ପ କରିଛନ୍ତି । ଭାଜପା ଏବଂ ଆରଏସଏସ ନେତାମାନେ ଅସମ୍ପୂର୍ଣ୍ଣ ମନ୍ଦିରର ଉଦଘାଟନ କେବଳ ନିର୍ବାଚନକୁ ଲକ୍ଷ୍ୟକରି କରାଯାଉଛି । ୨୦୧୯ ସୁପ୍ରିମକୋର୍ଟଙ୍କ ରାୟ ପରେ ଏବଂ ପ୍ରଭୁ ରାମଙ୍କ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖାର୍ଗ, ସୋନିଆ ଗାନ୍ଧୀ ଏବଂ ଆଧୀର ରଂଜନ ଚୌଧୁରୀ ଜଣାଇ ଆରଏସଏସ / ଭାଜପା ତରଫରୁ ଏହି କାର୍ଯ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *