Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ଅଭିମୁଖେ ଚାଲି ଚାଲି ଯାତ୍ରା ଆରମ୍ଭ କଲେ ୨ ଯୁବକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ଅଭିମୁଖେ ଚାଲି ଚାଲି ଯାତ୍ରା ଆରମ୍ଭ କଲେ ୨ ଯୁବକ

ମାଲକାନଗିରି-ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲାଙ୍କ ଐତିହାସିକ ମନ୍ଦିର ।ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ଧ୍ୟାମ ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର । ଏହି ଅବସରରେ ମାଲକାନଗିରି ଜିଲ୍ଲାରୁ ୨ଜଣ ଯୁବକ ମାଲକାନଗିରି ରୁ ଅଯୋଧ୍ୟା କୁ ପଦଯାତ୍ରା ଆରମ୍ଭ କରିଛନ୍ତି । ୧ମାସ ଧରି ଉଭୟଙ୍କର ଯାତ୍ରା ରହିବ । ଦୀର୍ଘ ୧୨ଶହ ରୁ ଉର୍ଦ୍ଧ୍ୱ କିଲୋମିଟର ରାସ୍ତା ଉଭୟ ପାଦରେ ଚାଲି ଆସନ୍ତା ୨୨ତାରିଖ ରେ ଅଯୋଧ୍ୟାରେ ପହଞ୍ଚିବେ । ଦୁହିଁଙ୍କ ଯାତ୍ରା ଦେଖି ପ୍ରତ୍ୟେକ ସନାତନୀଙ୍କ ଛାତି ଗର୍ବ ରେ ଫୁଲିଉଠୁଛି । ୨ରାମ ଭକ୍ତ ଭାଇ ପ୍ରତ୍ୟେକ ଦିନ ୪୦ ରୁ ଉର୍ଦ୍ଧ୍ୱ କିଲୋମିଟର ଯାତ୍ରା କରିବେ ବୋଲି ମତ ପ୍ରକାଶ କରିଛନ୍ତି । ମାଲକାନଗିରି ଉପାନ୍ତ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ପଡ଼ିଥିଲା ପ୍ରଭୁ ଶ୍ରୀରାମଙ୍କର ପାଦ । କାରଣ ମାଲକାନଗିରି ଜିଲ୍ଲା ଖଇରପୁଟ ର ବଣ୍ଡାଘାଟୀ ରେ ରହିଛି ସୀତା କୁଣ୍ଡ , ରାମାୟଣ କଥା ଅନୁସାରେ ଏଠାରେ ଦେବୀ ସୀତା ସ୍ନାନ କରିଥିଲେ । ସେହିପରି ଏଠାରେ ବାଲିପାହାଡ଼ ମଧ୍ୟ ରହିଛି । ପୁରାତନ କଥାନୁସାରେ ଜିଲ୍ଲା ସଦର ବ୍ଲକ ଠାରେ ରହିଛି ତମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତାଙ୍କ ଗସ୍ତ ରହିଥିଲା । ଏଭଳି ଅନେକ ସ୍ଥାନ ରହିଛି ଯାହାକି ରାମାୟଣରେ ମଧ୍ୟ ବର୍ଣ୍ଣନା କରାଯାଇଛି । ସେହିଭଳି ପବିତ୍ର ସ୍ଥାନ ତମସା ନଦୀ ରୁ ଏହି ୨ଯୁବକ ଜଳ ସଂଗ୍ରହ କରି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ହାତରେ ଧରିଛନ୍ତି ପ୍ରଭୁ ରାମଙ୍କର ଧଜା ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରା ରେ ବାହାରି ପଡ଼ିଛନ୍ତି । ଆସନ୍ତା ୧ମାସ ପଦଯାତ୍ରା ପରେ ୨ରାମ ଭକ୍ତ ସନାତନୀ ଯୁବକ ନିଜର ଗନ୍ତବ୍ୟ ସ୍ଥଳକୁ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Leave a Reply