Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକ୍‌ରେ ୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଚୀନ କମ୍ପାନି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକ୍‌ରେ ୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଚୀନ କମ୍ପାନି


ଇସ୍‌ଲାମାବାଦ: ପାକିସ୍ତାନରେ ଗତ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣ ଯୋଗୁ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିବା ପରେ ଚୀନ୍‌ର ଏକ କମ୍ପାନୀ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟରେ ନିର୍ମାଣ କାମ ରୋକିଛି । ଏଥିସହ ପ୍ରାୟ ୨ ହଜାର ଶ୍ରମିକଙ୍କୁ ଛଟେଇ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଖାଇବର ପଖତୁନ୍‌ଖ୍ୱା ପ୍ରଦେଶରେ ଥିବା ଦାସୁ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ଏକ ବସ୍‌?କୁ ଟାର୍ଗେଟ କରି ଧକ୍କା ଦେଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ୫ ଜଣ ଚୀନ୍ ନାଗରିକ ଥିଲେ । ଏହି ପ୍ରକଳ୍ପ ନିର୍ମାଣରେ ଚୀନ୍ ସହଯୋଗ କରୁଛି । ଏହା ୨୦୨୧ ପରଠାରୁ କୌଣସି ଚୀନ୍ ପ୍ରକଳ୍ପ ସହ ଜଡ଼ିତ ଏପରି ଆତଙ୍କବାଦୀ ଆକ୍ରମଣ ଘଟଣା ଦ୍ୱିତୀୟ । ଚୀନ୍ କମ୍ପାନି ପାୱାର କନ୍‌ଷ୍ଟ୍ରକସନ କର୍ପୋରେସନ ଅଫ୍ ଚାଇନା(ପିସିସିସି) ଏହି ପ୍ରକଳ୍ପ ଟାର୍ବେଲାଫିପ୍‌ଥ ଏକ୍ସଟେନ୍‌ସନ ହାଇଡ୍ରୋପାୱାର ପ୍ରୋଜେକ୍ଟ କାମ ହାତକୁ ନେଇଥିଲା । ୨୦୨୬ ମେ’ ସୁଦ୍ଧା ଏହି ପ୍ରୋଜେକ୍ଟ କାମ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା । ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କ ସମେତ ଏସିଆନ ଇନ୍‌ଫ୍ରାଷ୍ଟ୍ରକଚର ଇନ୍‌ଭେଷ୍ଟମେଂଟ ବ୍ୟାଙ୍କରୁ ଆର୍ôଥକ ସହଯୋଗ ମିଳିଛି

Leave a Reply