Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା: ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା: ମୋଦୀ

ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସ୍ୱତନ୍ତ୍ର ସାକ୍ଷାତକାର । ଦୁହିଁଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଏଆଇ, ଡିଜିଟାଲ ପେମେଣ୍ଟ, ଜି୨୦ ସମ୍ମିଳନୀ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି, ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ । ଏଆଇଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଜଳବାୟୁ ସମ୍ପର୍କରେ ମୋଦି ଆଲୋଚନା କରିଛନ୍ତି । କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଲବ ଆସିଥିବା ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି । ଶିକ୍ଷା ସମ୍ପର୍କ ିତ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଦ୍ରୁତ ଗତିରେ ଏଆଇର ମହତ୍ତ୍ୱ ବଢିବାରେ ଲାଗିଛି । ସର୍ବଶ୍ରେଷ୍ଠ ଶିକ୍ଷାଦାନ ଉପରେ କାମ ଚାଲିଛି । କୃଷି କ୍ଷେତ୍ରରେ ବଡ ଧରଣର ବିପ୍ଳବ ଆସିଛି । ସର୍ଭାଇକାଲ କ୍ୟାନସରକୁ ନେଇ ସରକାର ଗମ୍ଭୀରତାର ସହ ଚିନ୍ତା କରୁଥିବା ମୋଦୀ କହିଛନ୍ତି । ଗାଁରେ ଡିଜିଟାଲ ସୁବିଧା ପହଂଚିଛି, କରୋନା ସମୟରେ ଲୋକଙ୍କ ସହଯୋଗ ମିଳିଛି । ଜି-୨୦ ସମ୍ମିଳନୀରେ ଏଆଇର ବ୍ୟବହାର ବିଷୟରେ କହିଛନ୍ତି ମୋଦୀ । ଦେଶର ପ୍ରଯୁକ୍ତିବିଦ୍ୟାର ଦକ୍ଷତା, କରୋନା ବେଳେ ସ୍ୱାସ୍ଥ୍ୟ ସେବାର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ପରିବେଶ ସନ୍ତୁଳନ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ବିଶେଷ ଭାବେ, ଇଓର ଫାଇଦା ବିଲ୍ ଗେଟସଙ୍କୁ ବୁଝାଇ ଥିଲେ ପ୍ରଧାନମନ୍ତ୍ରୀ । କିପରି ଭାବେ ଦକ୍ଷତା ବଢ଼ାଇବା ସହ ତୁରନ୍ତ କାମ ପାଇଁ ଆର୍ଟ ିଫିସିଆଲ୍ ଇଣ୍ଟେଲିଜେନସର ପ୍ରୟୋଗର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଡିପ୍ ଫେକ୍ ଭଳି ଅପରାଧରୁ ବଞ୍ଚିବାର ଉପାୟ ଓ ଏହା ସମାଜ ଉପରେ କେତେ ଖରାପ ପ୍ରଭାବ ପଡ଼ ିପାରେ ତାକୁ ବି ବିସ୍ତୁତ ଭାବେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଡିପଫେକ୍ ଭଳି ସମସ୍ୟାକୁ ରୋକିବା ପାଇଁ ଇଓ ଚାଳିତ କଣ୍ଟେଣ୍ଟରେ ୱାଟରମାର୍କର ବ୍ୟବହାର ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ‘ସ୍ୱଚ୍ଛ ଗଙ୍ଗା’ର ଉଦାହରଣ ଦେଇ ପରିବେଶ ସନ୍ତୁଳନର ବାର୍ତ୍ତା ବି ପ୍ରଧାନମନ୍ତ୍ରୀ ଦେଇଛନ୍ତି । ରିସାଇକେଲ୍ ପ୍ରକ୍ର ିୟା ପ୍ରକୃତି ପାଇଁ ବହୁ ଜରୁରୀ, ଏହାକୁ ବୁଝାଇବାକୁ ଯାଇ ନିଜେ ପିନ୍ଧିଥିବା ଏକ ଜ୍ୟାକେଟକୁ ଦର୍ଶାଇଥିଲେ ମୋଦି । କିପରି ସେ ସବୁବେଳେ ନିଜେ ରିସାଇକେଲିଂ ସାମଗ୍ରୀ ବ୍ୟବହାର କରନ୍ତି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ମୁ ଁ ସେତେବେଳେ କହିଥିଲି ଯେ, ଆମେ ଟେକ୍ନୋଲୋଜିକୁ ବିମୁଦ୍ରୀକରଣ କରିଛୁ, ଯାହାଫଳରେ କାହାର ଏକଚାଟିଆ ନ ଥିବ । ଏହା ଲୋକମାନଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, ସେ ୨ ଲକ୍ଷ ଆରୋଗ୍ୟ ମନ୍ଦିର ନିର୍ମାଣକରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଡାକ୍ତରଖାନାଗୁଡ଼ ିକୁ ଟେକ୍ନୋଲୋଜି ସହିତ ଯୋଡ଼ ିଛନ୍ତି ।

May be an image of 2 people and television

Leave a Reply