Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାଈର ଦାମ୍ ୪୦ କୋଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାଈର ଦାମ୍ ୪୦ କୋଟି


ଗାଈର ଦାମ୍ ୪୦ କୋଟି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ହେଲେ ଏକଥା ସତ । ଘଟଣାଟି ହେଉଛି ବ୍ରାଜିଲର । ଭିଆଟିନା -୧୯ ଏଫ୍‌ଆଇଭି ମାରା ଇମୋଭିସ୍ ନାମରେ ଜଣାଶୁଣା ନେଲୋର ଗାଈଟି ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା ବର୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଗାଈ ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ନେଲୋର ପ୍ରଜାତିର ଗାଈ ଦେଖିବାକୁ ବହୁତ ସୁନ୍ଦର । ଏହାର ଉତ୍ପତି ଭାରତରେ ହୋଇଥିଲେ ମଧ୍ୟବ୍ରାଜିଲରେ ଲୋକପ୍ରିୟ । ନେଲୋର ପ୍ରଜାତିଟି ଇଣ୍ଡିଆନ ଅନଗୋଲ ପ୍ରଜାତିର ଗୋରୁମାନଙ୍କ ଠାରୁ ଉତ୍ପନ୍ନ । ୧୮୬୮ରେ ଏହି ଅନମୋଲ ଜାତୀୟ ପ୍ରଜାତି ବ୍ରାଜିଲ ରପ୍ତାନୀ ହୋଇଥିଲା । ଏହି ଗାଈ ଧଳା ଚମଡ଼ା ଓ ପିଠିରେ ଥିବା କୁଜ ପାଇଁ ପ୍ରସିଦ୍ଧ । ନେଲୋର ପ୍ରଜାତି ମୁଖ୍ୟତଃ ପରଜୀବୀ ସଂକ୍ରମଣକୁ ପ୍ରତିରୋଧ କରିପାରେ । ଦକ୍ଷ ମେଟାବୋଲିଜିମ୍ ପାଇଁ ଏହା ପଶୁପାଳକମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟ । ବ୍ରାଜିଲରେ ଥିବା ଗୋରୁମାନଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ନେଲୋର ପ୍ରଜାତିର । ପ୍ରତିକୂଳ ପରିବେଶ ସତ୍ୱେ ସହଜ ପ୍ରଜନନ, ସ୍ଥିରତା, ଏହା ସହ ବ୍ରାଜିଲର ବିଭିନ୍ନ ଜଳବାୟୁରେ ନିଜକୁ ଫିଟ ରଖିବାର ଗୁଣ ପାଇଁ ଏହି ପ୍ରଜାତି ପଶୁପାଳକଙ୍କ ମଧ୍ୟରେ ଅତି ପ୍ରିୟ ହୋଇପାରିଛି ।

Leave a Reply