Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ଦିରକୁ ସୁରକ୍ଷା ଦେବାରେ ରାଜ୍ୟ ପ୍ରଶାସନ ବିଫଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ଦିରକୁ ସୁରକ୍ଷା ଦେବାରେ ରାଜ୍ୟ ପ୍ରଶାସନ ବିଫଳ


କେନ୍ଦୁଝର: ଓଡିଶାରେ ପ୍ରତ୍ୟେକ ଦିନ ମନ୍ଦିରରେ ଚୋରି ହେଉଛି । ରାଜ୍ୟ ପ୍ରଶାସନ ମନ୍ଦିରକୁ ସୁରକ୍ଷା ଦେବାରେ ବିଫଳ ବୋଲି ଚର୍ଚ୍ଚା ହେଉଛି । ମାର୍ଚ୍ଚ ୨୮ ତାରିଖ ଦିନ ରାତିରେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ ହୋଇଛି । ମନ୍ଦିର ପ୍ରବେଶ ଦ୍ୱାର ମୁହଁରେ ଥିବା ହୁଣ୍ଡି ତାଡି ସେଥିରେ ଥିବା ଭକ୍ତଙ୍କ ଦାନ ଅର୍ଥ ଲୁଟ୍ ହୋଇଛି । ତେବେ ପୁରୁଣା ଟଙ୍କା ଏବଂ ଖୁଚୁରା ପଇସା ଦୁର୍ବୃତମାନେ ନ ନେଇ ହୁଣ୍ଡି ନିକଟରେ ପକାଇ ପଳାଇଛନ୍ତି । ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଯାଇନଥିବାବେଳେ ଏଥିରେ ଲକ୍ଷାଧିକ ଟଙ୍କା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ହୁଣ୍ଡି ନିକଟରେ ଲାଗିଥିବା ସିସିଟିଭି କାମ କରୁନଥିବା ଟାଉନ ଥାନା ପୋଲିସ ଯାଂଚ ବେଳେ ଜାଣିବାକୁ ପାଇଛି । ମନ୍ଦିରରେ ଲାଗିଥିବା ଅନ୍ୟ ଏକ ସିସିଟିଭିରେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ଉତୋଳନ ହୋଇଛି । ଯାହାକୁ ଦେଖିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଦୁର୍ବୁତମାନେ ପ୍ରଥମେ ମନ୍ଦିରକୁ ସଂଯୋଗ ହୋଇଥିବା ଇଲେକ୍ଟ୍ରି ତାରକୁ କାଟିଛନ୍ତି । ତା’ ପରେ ରାତି ୧ଟା ୪୫ ରୁ ୨ଟା ୧୫ମିନିଟ୍ ମଧ୍ୟରେ ଏହି ଘଟଣା ଘଟାଇଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଶୋଇଥିବା ସୁଯୋଗ ନେଇ ନେଇ ଦୁର୍ବୃତମାନେ ଏହି କାଣ୍ଡ ଘଟାଇଛନ୍ତି ।

Leave a Reply