Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱୟଂସେବକମାନଙ୍କ ଦ୍ବାରା ହୋଲି ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱୟଂସେବକମାନଙ୍କ ଦ୍ବାରା ହୋଲି ପାଳନ

ଭଦ୍ରକ-ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଯୋଡିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ପାଳନ ହୋଇଯାଇଛି ହୋଲି ଉତ୍ସବ । ସଂଘର ବିଭିନ୍ନ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଏବଂ ସଂଘ ସ୍ଵୟଂସେବକମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ବାହାରି ଭଦ୍ରକ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କ ପରିବାର ସହ ହୋଲି ଖେଳିଥିଲେ ା ଭଦ୍ରକ ନଗର ତଥା ନଗର ଆଖପାଖରେ ଥିବା ୧୦ଟି ସେବାବସ୍ତିରେ ପହଞ୍ଚି ସେବାବସ୍ତି ପରିବାର ସହ ହୋଲି ଖେଳିବା ସହ କିଛି ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରିଶେଷରେ R.T.O Office ପାଖରେ ଏକ ସେବା ବସ୍ତିରେ ହୋଲି ଖେଳି ସେବାବସ୍ତିର ଏକ ପରିବାର ଦ୍ଵାରା ପ୍ରସ୍ତୁତ ପଣା ସେବନ କରି ଦହି ହାଣ୍ଡି ଭାଙ୍ଗିବାର ଯୋଜନା କରାଯାଇଥିଲା । ସଂଘ ପରିବାରର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଅଞ୍ଚଳର ବାଳକମାନଙ୍କ ଦ୍ଵାରା ଦହି ହାଣ୍ଡି ଭାଙ୍ଗି ସାରିବା ପରେ ଏକ କାଦୁଅ ଖେଳ ହୋଇଥିଲା । ବସ୍ତିର ସମସ୍ତ ବାଳକମାନେ ମଧ୍ୟ ଏହି କାଦୁଅ ଖେଳରେ ସହଭାଗୀ ହୋଇଥିଲେ ।

Leave a Reply