Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୋମାଲିଆର ୩୫ ଜଳଦସ୍ୟୁଙ୍କୁ ମୁମ୍ବାଇ ଅଣାଗଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୋମାଲିଆର ୩୫ ଜଳଦସ୍ୟୁଙ୍କୁ ମୁମ୍ବାଇ ଅଣାଗଲା

ମୁମ୍ବାଇ: ସୋମାଲିଆ ଉପକୂଳରେ ଏକ ଅପରେସନରେ ଧରାପଡ଼ିଥିବା ୩୫ ଜଣ ଜଳଦସ୍ୟୁଙ୍କୁ ଶନିବାର ସକାଳେ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ କୋଲକାତା ଦ୍ୱାରା ମୁମ୍ବାଇ ଅଣାଯାଇଛି । ଜଳଦସ୍ୟୁଙ୍କୁ ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ସମୁଦ୍ରଯାତ୍ରୀ ଓ ପରିବହନ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଆରବ ସାଗର ଓ ଆଡେନ୍ ଉପସାଗରରେ ଭାରତୀୟ ନୌସେନାର ଜାହାଜ ମୁତୟନ କରାଯାଇଛି ଏବଂ ‘ଅପରେସନ୍ ସଂକଳ୍ପ’ରେ ଉକ୍ତ ଜଳଦସ୍ୟୁମାନଙ୍କ ଉପରେ ଚଢ଼ଉ କରି ସେମାନଙ୍କୁ ଗିରଫ କରାଯାଇଥିଲା । ନୌସେନା କହିଛି, ଗିରଫ ୩୫ ଜଣ ଜଳଦସ୍ୟୁଙ୍କୁ ନେଇ ଆଇଏନ୍‌ଏସ୍ କୋଲକାତା ଶନିବାର ମୁମ୍ବାଇ ଫେରିଛି ଏବଂ ଭାରତୀୟ ଆଇନ, ବିଶେଷ କରି ମେରିଟାଇମ୍ ଆଣ୍ଟି ପାଇରେସି ଆକ୍ଟ ୨୦୨୨ ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଏହି ଡକାୟତମାନଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି । ବ୍ରିଟେନ ସାମୁଦ୍ରିକ ବାଣିଜ୍ୟିକ ଅଭିଯାନ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଆଇଏନ୍‌ଏସ୍ କୋଲକାତା ଆରବ ସାଗରରେ ଦସ୍ୟୁ ଜାହାଜ ଏକ୍ସ-ଏମଭି ରୁଏନକୁ ଠାବ କରିଥିଲା । ଆଇଏନ୍‌ଏସ୍ ସୁଭଦ୍ରା ମଧ୍ୟ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଅପରେସନରେ ସାମିଲ ହୋଇଥିଲା । ଡକାୟତି କାର୍ଯ୍ୟକଳାପ ଏବଂ ବାଣିଜ୍ୟିକ ଜାହାଜ ଅପହରଣ ପାଇଁ ଏହି ଜାହାଜକୁ ମଦର ଜାହାଜ ଭାବରେ ବ୍ୟବହାର କରାଯାଉଥିବା ଜଣାପଡିଛି । ଆଇଏନ୍‌ଏସ୍ କୋଲକାତା ମାର୍ଚ୍ଚ ୧୫ରେ ଦସ୍ୟୁ ଜାହାଜକୁ ଘେରାଉ କରିବା ଆରମ୍ଭ କରିଥିଲା । ଡକାୟତମାନଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବା ଲାଗି ଆବଶ୍ୟକ ଉପାୟ ଅବଲମ୍ବନ କରିଥିଲା ।

Leave a Reply