Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ ମାଓବାଦୀ ମୃତ, ୨ ଯବାନ ଆହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ ମାଓବାଦୀ ମୃତ, ୨ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଛତିଶଗଡ଼ ଦାନ୍ତେୱାଡା ଓ ବିଜାପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ପୋରଣରୁ୨ ଯବାନ ଆହତ ହୋଇଛନ୍ତି । କିରାଣ୍ଡୁଲ ବୋଡେପଲ୍ଲି, ପୁରଙ୍ଗେଲ, କୁବେମ ଓ ପିଡିଆ ଅଞ୍ଚଳରେ ଦାନ୍ତେୱାଡା ଓ ବିଜାପୁର ତଥା ସୁକ୍‌ମା ଡିଆର୍‌ଜି, ବସ୍ତର ଫାଇଟର ଓ ସିଆର୍‌ପିଏଫ୍‌, କୋବ୍ରା ବାହିନୀ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ରାତିରେ ପ୍ରେସର ବୋମା ଉପରେ ଗୋଡ଼ ବାଜିଜିବାରୁ ବିସ୍ଫୋରଣ ହୋଇ ୨ ଯବାନ ଆହତ ହୋଇଛନ୍ତି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଓବାଦୀ–ପୋଲିସ ମଧ୍ୟରେ ଗୁଳି ବିନିମୟରେ ପିଡ଼ିଆ ଜଙ୍ଗଲରେ ଦୁଇ ମାଓବାଦୀଙ୍କୁ ଗୁଳିବାଜି ଟଳି ପଡ଼ିଥିବା ବିଜାପୁର ପୋଲିସ ସୂତ୍ରରୁ ପ୍ରକାଶ ।

Leave a Reply