Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ‘ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ‘ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ

ତାଳଚେର: ତାଳଚେର ସରସ୍ୱତୀ ଶିଶୁବିଦ୍ୟ ମନ୍ଦିର ପରିସରରେ ୨ୟ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ବିପିନ୍ ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରାନ୍ତ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ପ୍ରଦୀପ ମଲ୍ଲିକ୍ ଶିଶୁର ରୋଗ ଏବଂ ତାର ଚିକିତ୍ସା, ଔପଚାରିକ ଅନୌପଚାରିକ ଶିକ୍ଷା ବିଷୟରେ ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁରେନ୍ଦ୍ର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସଂପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୬୨ ଜଣ ଶିଶୁ ବାଟିକାର ଅଭିଭାବକ, ଅଭିଭାବିକା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିଶୁ ବାଟିକା ର ସମସ୍ତ ଗୁରୁଜୀ, ଗୁରୁବା, ସେବିକା ସହଯୋଗ କରିଥିଲେ । ଶେଷରେ ଶିଶୁ ବାଟିକା ପ୍ରମୁଖ ସରସ୍ୱତୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply