Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣ୍ୟଶ୍ଲୋକ ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମ ବାର୍ଷିକୀ ଅବସରରେ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣ୍ୟଶ୍ଲୋକ ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମ ବାର୍ଷିକୀ ଅବସରରେ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଅଖିଳ ଭାରତୀୟ ପ୍ରତିନିଧି ସଭା, ଯୁଗାବ୍ଦ-୫୧୨୫
ରେଶିମବାଗ, ନାଗପୁର
ଫାଲଗୁନ ଶୁକ୍ଲ ୬-୮,ଯୁଗାବ୍ଦ ୫୧୨୫ (୧୫-୧୭ ମାର୍ଚ୍ଚ,୨୦୨୪)

ପୁଣ୍ୟଶ୍ଲୋକ ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମ ବାର୍ଷିକୀ ଅବସରରେ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ

ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ ତମ ଜନ୍ମବାର୍ଷିକୀ ମଇ ୩୧, ୨୦୨୪ ରୁ ଆରମ୍ଭ ହେଉଛି । ତାଙ୍କ ଜୀବନ ଭାରତୀୟ ଇତିହାସର ସ୍ୱର୍ଣ୍ଣିମ ପର୍ବ । ଗ୍ରାମୀଣ ପୃଷ୍ଠଭୂମିରୁ ଆସିଥିବା ଏକ ସାଧାରଣ ପରିବାରର ବାଳିକାଙ୍କର ଜଣେ ଅସାଧାରଣ ଶାସକ ପର୍ଯ୍ୟନ୍ତର ଜୀବନ ଯାତ୍ରା ଏବେ ମଧ୍ୟ ପ୍ରେରଣା ଉତ୍ସ । ସେ ଥିଲେ କର୍ତ୍ତୃତ୍ୱ, କଠିନ ପରିଶ୍ରମ, ସରଳତା, ଧର୍ମ ପ୍ରତି ଉତ୍ସର୍ଗୀକୃତ, ପ୍ରାଶାସନିକ ଦକ୍ଷତା, ଦୂରଦୃଷ୍ଟି ଏବଂ ଉଜ୍ଜ୍ୱଳ ଚରିତ୍ରର ଏକ ଅଦ୍ୱିତୀୟ ଆଦର୍ଶ ।
ଶ୍ରୀଶଙ୍କର ଆଜେ୍ଞବରୁନ(ଶ୍ରୀ ଶଙ୍କରଜୀଙ୍କ ଆଜ୍ଞାନୁସାରେ) ଏହି ରାଜମୁଦ୍ରାରେ ଚାଲୁଥିବା ତାଙ୍କର ଶାସନ ସର୍ବଦା ପ୍ରଭୁ ଶଙ୍କରଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲା । ତାଙ୍କର ଜନ କଲ୍ୟାଣକାରୀ ନିୟମ ଏକ ଆଦର୍ଶ ନିୟମ ଥିଲା ଯାହା ଭୂମିହୀନ କୃଷକ, ଭୀଲ ମାନଙ୍କ ଭଳି ଜନଜାତୀୟ ଗୋଷ୍ଠୀ ଏବଂ ବିଧବାମାନଙ୍କ ସ୍ୱାର୍ଥ ରକ୍ଷା କରୁଥିଲା । ସାମାଜିକ ସଂସ୍କାର, କୃଷି ସଂସ୍କାର, ଜଳ ପରିଚାଳନା, ପରିବେଶ ସୁରକ୍ଷା, ଜନ କଲ୍ୟାଣ ଏବଂ ଶିକ୍ଷା ପ୍ରତି ସମର୍ପିତ ହେବା ସହିତ ତାଙ୍କ ଶାସନ ନ୍ୟାୟପ୍ରିୟ ଥିଲା । ସମାଜର ସମସ୍ତ ବର୍ଗକୁ ସମ୍ମାନ, ନିରାପତ୍ତା ଏବଂ ପ୍ରଗତି ପାଇଁ ସୁଯୋଗ ପ୍ରଦାନ କରୁଥିବା ସମରସତାର ଦୂରଦୃଷ୍ଟି ତାଙ୍କ ପ୍ରଶାସନର ଆଧାର ଥିଲା ।
ସେ କେବଳ ତାଙ୍କ ରାଜ୍ୟ ନୁହେଁ, ବରଂ ସମ୍ପୂର୍ଣ୍ଣ ଦେଶର ମନ୍ଦିରରେ ପୂଜା ବ୍ୟବସ୍ଥା ତଥା ଆର୍ôଥକ ପରିଚାଳନା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇଥିଲେ । ସେ ଆକ୍ରମଣକାରୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ବଦ୍ରିନାଥରୁ ରାମେଶ୍ୱର ଏବଂ ଦ୍ୱାରିକାଠାରୁ ପୁରୀ ପର୍ଯ୍ୟନ୍ତ ମନ୍ଦିରଗୁଡ଼ିକୁ ପୁର୍ନନିର୍ମାଣ କରିଥିଲେ । ତାଙ୍କର ଏହି କାର୍ଯ୍ୟକଳାପ ପ୍ରାଚୀନ କାଳରୁ ପ୍ରଚଳିତ ତଥା ଆକ୍ରମଣ ସମୟରେ ବ୍ୟାହତ ହୋଇଥିବା ତୀର୍ଥଯାତ୍ରା ପାଇଁ ନୂତନ ଚେତନା ଆଣିଥିଲା । ଏହି ମହାନ କାର୍ଯ୍ୟଗୁଡ଼ିକ ପାଇଁ ତାଙ୍କୁ ‘ପୁଣ୍ୟଶ୍ଲୋକ\’ ଉପାଧି ମିଳିଥିଲା । ସମଗ୍ର ଭାରତରେ ବ୍ୟାପିଥିବା ଏହି ପବିତ୍ର ସ୍ଥାନଗୁଡ଼ିକର ବିକାଶ ପ୍ରକୃତରେ ତାଙ୍କର ରାଷ୍ଟ୍ରୀୟ ଦୃଷ୍ଟିର ପ୍ରତିଫଳନ ।
ପୁଣ୍ୟଶ୍ଳୋକ ଦେବୀ ଅହଲ୍ୟାବାଈଙ୍କ ଜୟନ୍ତୀର ୩୦୦ ବର୍ଷପୂର୍ତ୍ତିର ପବିତ୍ର ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମସ୍କାର କରି ସମସ୍ତ ସ୍ୱୟଂସେବକ ଏବଂ ସମାଜର ଭାଇଭଉଣୀ ଏହି ପର୍ବରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମନୋଯୋଗ ପୂର୍ବକ ସହଭାଗୀ ହୁଅନ୍ତୁ । ତାଙ୍କଦ୍ୱାରା ପ୍ରଦର୍ଶିତ ସରଳତା, ଚରିତ୍ରବତ୍ତା, ଧର୍ମନିଷ୍ଠା ଏବଂ ରାଷ୍ଟ୍ରୀୟ ସ୍ୱାଭିମାନର ମାର୍ଗରେ ଅଗ୍ରସର ହେବା ହିଁ ତାଙ୍କପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ।

Leave a Reply