Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦି ଚଳଚିତ୍ର ‘ବସ୍ତର’ର ସ୍ୱତନ୍ତ୍ର ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦି ଚଳଚିତ୍ର ‘ବସ୍ତର’ର ସ୍ୱତନ୍ତ୍ର ପ୍ରଦର୍ଶନ


ଭୁବନେଶ୍ୱର: ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ଦ୍ୱାରା ହିନ୍ଦି ଚଳଚିତ୍ର ‘ବସ୍ତର’ର ସ୍ୱତନ୍ତ୍ର ପ୍ରଦର୍ଶନ ସ୍ଥାନୀୟ ଏସପ୍ଲାନେଟ ମଲ୍‌ର ସିନେପଲିସ ପ୍ରେକ୍ଷାଳୟରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ମାଓବାଦୀମାନଙ୍କ ଦ୍ୱାରା ବସ୍ତର ଅଂଚଳରେ ରାଷ୍ଟ୍ର ବିରୋଧୀ ଗତିବିଧି ର ସୁଚିନ୍ତିତ ରଣକୌଶଳ ଏ ଚଳଚିତ୍ରର ମୁଖ୍ୟ ବିଷୟ ଥିଲା । ଚଳଚିତ୍ରରେ କଳାକାରମାନଙ୍କର ଅଭିନୟ ଅତି ଉଚ୍ଚକୋଟୀର ଥିଲା । ପ୍ରେକ୍ଷାଳୟରେ ସମସ୍ତ ଦର୍ଶକ ଚଳଚିତ୍ରକୁ ଉଛ୍ୱସିତ ପ୍ରଶଂସା କରିଥିଲେ ।
ଦି କେରଳା ଷ୍ଟୋରୀ ନିର୍ମାଣ କରିଥିବା ପ୍ରଯୋଜନା ସଂସ୍ଥା ଏ ଚଳଚିତ୍ରର ନିର୍ମାଣ କରିଛନ୍ତି । ନିର୍ଦ୍ଦେଶକ ସୁଦୀପ୍ତ ସେନ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚିତ୍ରରେ ଆଦା ଶର୍ମା, ଯଶପାଲ ଶର୍ମା, ରାଇମା ସେନ, ଶିଳ୍ପା ଶୁକ୍ଲା ଆଦି କଳାକାରମାନେ ଅଭିନୟ କରିଛନ୍ତି ।

Leave a Reply