Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାରୁ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଫେରାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାରୁ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଫେରାର

ଗୋପ : ଗୋପ ଥାନା ଅଞ୍ଚଳରେ ଏବେ ଦୈନିକ ଗୋରୁ ଚୋରା ଚାଲାଣ ବୃଦ୍ଧି ହେତୁ ଗୋ ପାଳନକାରି ଚିନ୍ତାରେ । ଗତି କିଛି ଦିନ ପୂର୍ବରୁ ଗୋପ ର ବଜରଙ୍ଗୀ ଦଳର ସଦସ୍ୟଙ୍କ ଦ୍ୱାରା ଏକ ଗୋ ମାଂସ ଗାଡିକୁ ଜବତ କରି ଗୋପ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ । ୪୮ଘଣ୍ଟା ପରେ ଜବତ ହୋଇଥିବା ଗୋ ମାଂସକୁ ଥାନା ପରିସରରେ ଜେସିବି ଦ୍ୱାରା ମାଟି ଖୋଲାଯାଇ ସେଠାରେ ପୋତା ଯାଇଥିଲା । ଠିକ୍ ତାର ଗୋଟେ ସପ୍ତାହ ପରେ ସୋମବାର ରାତିରେ ଥାନା ଅଧିନସ୍ଥ ନୟାହାଟ ଫାଣ୍ଡି ଅଧିକାରୀ କୌଣସି ସୂତ୍ରରୁ ଖବରପାଇ ଉକ୍ତ ୨୫ ଟି ଗୋରୁ ଥିବା ଏକ ବଡ଼ କଣ୍ଟେନର ଗାଡିକୁ ଜବତ କାରି ଗୋପ ଥାନାରେ କୁ ସ୍ଥାନ୍ତାରିତ କରିଥିଲେ । ସୋମବାର ରାତିରୁ ଗୋପ ନିକଟସ୍ଥ ଗୋଶାଳାକୁ ଯୋଗାଯୋଗ କରି ବିଫଳ ହୋଇଥିଲେ ପୋଲିସ ଅଧିକାରୀ । ପରେ ଗାଈଗୁଡିକୁ ଗୋପ ଥାନା ଗେଟ ବନ୍ଦ କରି ଥାନା ପରିସରରେ ଚରିବା ପାଇଁ ଛାଡି ଦେଇଥିଲେ ଗୋପ ପୋଲିସ । ୨୫ ଟି ଗୋ ମାତା ଉକ୍ତ କଣ୍ଟେନର ରେ ମହଜୁତ ରହିଥିବା ସେମାନେ ମୃତ୍ୟୁ ନା ଜୀବିତ ଜାଣିବା ପାଇଁ ଗାଡି ର ପଛପଟ ଖୋଲିବା ସମୟରେ ୮ ଟି ଗାଇ, ଛଡା, ବଳଦ ଓ ଷଣ୍ଢ ଆଦି ଗାଡି ରୁ ପଦାକୁ ଢ଼େଇପଡ଼ିଥିଲେ ଅବଶିଷ୍ଟ ଗୋରୁ ଗାଡି ଭିତରେ ରହିଛନ୍ତି । ଗୋପ ପୋଲିସ ପକ୍ଷରୁ ନିକଟସ୍ଥ ହରିହରାନନ୍ଦ ଗୁରୁ କୂଳ ଆଶ୍ରମ, ବାଲିଘାଇ ଗୋଶାଳାକୁ ଗୋରୁଗୁଡିକୁ ପାଠାଯାଇଛି । ଜବତ କଣ୍ଟେନେଟର ନଂ ହେଉଛି ଓଡି ୦୨ ଇ ୯୬୪୦ ବୋଲି ଜଣାପଡ଼ିଛି । ଏସକେ ଅବଦୁଲ ବାରି ନାମକ ଜଣେ ମୁସଲିମ ବ୍ୟକ୍ତିଙ୍କର ଯାହାଙ୍କ ଘର ହେଉଛି ନୂଆଗାଁରେ । ଜବତ ଗାଡ଼ିଟି ଅଠାନ୍ତର ଅଞ୍ଚଳର ବାଲିପାଟଣା ଥାନା ଅଞ୍ଚଳର ବୋଲି ଗାଡି ନମ୍ବର ପଞ୍ଜିକରଣରୁ ସ୍ପଷ୍ଟ ହେଊଛି । ଏହିଭଳି ଅନେକ ଛୋଟ ବଡ଼ ଗାଡି ରେ ଦୈନିକ ଗୋପ ନିମାପଡା ଚାରିଛକ ନୟାହାଟ କାକଟପୁର ଅସ୍ତରଙ୍ଗ ନିଆଳି ଆଦି ଅଞ୍ଚଳରୁ ଶତାଧିକ ଚୋରା ଗୋ ଚାଲାଣ ହେଉଥିବାର ଖବର ଶୁଣିବାକୁ ମିଳୁଥିଲା । କିନ୍ତୁ ସୋମବାର ନୟାହାଟ ପୋଲିସ ଖବର କୁ କେହିଁ ଜଣେ ଖବର ଦେବା ପରେ ଫାଣ୍ଡି ଅଧିକାରୀ ଉକ୍ତ ଗାଡିକୁ ଅଟକାଇଥିଲେ । କିନ୍ତୁ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିଲା । ଅନେକ ଗୋ ଚାଲଣ ଗାଡ଼ିରେ ହିନ୍ଦୁ ଦେବା ଦେବୀଙ୍କ ନାମ ଓ ଫଟୋ ମାରି ଗୋରୁ ଚୋରା ଚାଲଣ କରୁଛନ୍ତି ଦୁର୍ବୃତ୍ତ । ଯାହାଫଳରେ କି କେହି ବ୍ୟକ୍ତି ସନ୍ଦେହ କରିପାରିବେ ନାହିଁ । ଏଣୁ ଗୋ-ମାଂସ ଓ ଗୋରୁ ଚାଲାଣକୁ ତୁରନ୍ତ ବନ୍ଦ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣ ଜନତା ଓ ଗୋପ ବଜରଙ୍ଗୀ ଦଳ ପକ୍ଷରୁ ଦାବି ହୋଇଛି ।

Leave a Reply