Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉପଭୋକ୍ତାଙ୍କୁ ୧୨ ଟଙ୍କା ଫେରାଇଲେନି, ଏବେ ଗଣିବେ ୨.୧୦ ଲକ୍ଷ ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉପଭୋକ୍ତାଙ୍କୁ ୧୨ ଟଙ୍କା ଫେରାଇଲେନି, ଏବେ ଗଣିବେ ୨.୧୦ ଲକ୍ଷ ଟଙ୍କା

ସମ୍ବଲପୁର: ଉପଭୋକ୍ତାଙ୍କୁ ୧୨ ଟଙ୍କା ନ ଫେରାଇବା ମହଙ୍ଗା ପଡିଲା । ସେହି ୧୨ ଟଙ୍କା ବଦଳରେ ଉପଭୋକ୍ତାଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା ଫେରାଇବେ ଗାଡି ପାର୍କିଂ ଠିକାଦାର । ସେଥି ମଧ୍ୟରୁ ୧୦ ହଜାର ଟଙ୍କା ମୋକଦ୍ଦମା ବାବଦ ଖର୍ଚ୍ଚ ଓ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ । କେବଳ ଏତିକି ନୁହେଁ, ମକ୍ଟଦ୍ଭଗ୍ଦଙ୍କଜ୍ଞରକ୍ସ ଙ୍ଗରକ୍ଷଲବକ୍ସର ଲଙ୍କଦ୍ଭୟରେ ମଧ୍ୟ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ତା’ ସହିତ ଫେରସ୍ତ କରି ନ ଥିବା ୧୨ ଟଙ୍କା ର ୧୨% ସୁଧ ସହ ଫେରାଇବାକୁ ଗାଡି ପାର୍କିଂ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ । ଗତ ବର୍ଷ ନଭେମ୍ବର ୧ ତାରିଖରେ ସମ୍ବଲପୁରର ପ୍ରଫୁଲ ଦାସ ନାମକ ବ୍ୟକ୍ତି ସମ୍ବଲପୁର ରେଳ ଷ୍ଟେସନରେ ସ୍କୁଟର ରଖି ଟ୍ରେନରେ ଯାତ୍ରା କରିଥିଲେ । ଷ୍ଟେସନରେ ଥିବା ପାର୍କିଂ ସ୍ଥଳରେ ପାର୍କିଂ ଫି ଗାଡି ବାବଦ ୩୦ ଟଙ୍କା ଦେଇ ରସିଦ ନେଇଥିଲେ । ତେବେ ୧୨ ଘଣ୍ଟା ପାଇଁ ୧୨ ଟଙ୍କା ପାର୍କିଂ ଫି ରହିଥିବା ବେଳେ, ସଂପୃକ୍ତ ବ୍ୟକ୍ତି ଜଣକ ୧୨ ଘଣ୍ଟା ପୂର୍ବରୁ ଫେରି ଆସିଥିଲେ । କିନ୍ତୁ ପାର୍କିଂ ଷ୍ଟାଣ୍ଡରେ ଥିବା କର୍ମଚାରୀ ତାଙ୍କୁ ୧୮ ଟଙ୍କା ଫେରାଇବା ବଦଳରେ ମାତ୍ର ୬ ଟଙ୍କା ଫେରାଇ ଥିଲେ । ଉପଭୋକ୍ତାଜଣକ ବାକି ଟଙ୍କା ଫେରସ୍ତ ପାଇଁ କହିବାରୁ ଠିକାଦାରଜଣକ ଆଉ ୧୨ ଟଙ୍କା ଫେରାଇ ନ ଥିଲେ । ଫଳରେ ସେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ଖାଉଟି ଅଦାଲତଙ୍କ ନିଷ୍ପତ୍ତି ପ୍ରଫୁଲ ଦାସଙ୍କ ସପକ୍ଷରେ ଯାଇଥିବାରୁ ପ୍ରଫୁଲ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି ।

Leave a Reply