Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରୁ ପ୍ରଭୁ ଶ୍ରୀରାମଙ୍କ ନିମନ୍ତ୍ରଣ ପତ୍ର ପହଞ୍ଚାଇବା ପାଇଁ କଳସ ଶୋଭାଯାତ୍ରା। - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରୁ ପ୍ରଭୁ ଶ୍ରୀରାମଙ୍କ ନିମନ୍ତ୍ରଣ ପତ୍ର ପହଞ୍ଚାଇବା ପାଇଁ କଳସ ଶୋଭାଯାତ୍ରା।

ଧର୍ମଶାଳା- ଭାରତ ବର୍ଷରେ ହିନ୍ଦୁଜାତି ସନାତନି ଧର୍ମର ଆରାଧ୍ୟ ଦେବତା ଅଯୋଧ୍ୟା ପୁରୁଷ ପ୍ରଭୂ ଶ୍ରୀ ରାମ ଚନ୍ଦ୍ରଙ୍କ ଜନ୍ମଭୂମି ତଥା ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଏବନିମନ୍ତ୍ରଣ ପତ୍ର କେମିତି ପ୍ରତିଟି ଘରେ ଘରେ ପହଞ୍ଚି ପାରିବ ସେଥି ପ୍ରତି ଦୃଷ୍ଟି ଦେଇ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଯଶଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତ ବର୍ଷ ରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବେଳେ ଆଜି ମଧ୍ୟ ବିଛାଖଣ୍ଡି ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତରେ ନିମନ୍ତ୍ରଣ ଶୋଭା ଯାତ୍ରା ଦେଖିବାକୁ ମିଳିଥିଲା । ଉକ୍‌ତ ଶୋଭାଯାତ୍ରାଟି ଚକ୍ରଧରପୁର ପଞ୍ଚାୟତସ୍ଥିତ ତଳଗଡ ଗ୍ରାମ ଅଧିନରେ ଥିବା ପତିତ ପାବନ ମନ୍ଦିର ଠାରୁ ବାହାରି ବିଛାଖଣ୍ଡି ହନୁମାନ ମନ୍ଦିର ପର୍ଯ୍ୟନ୍ତ ବହୁ ଆଡମ୍ୱର ସହକାରେ ନାମ ସଙ୍କୀର୍ତ୍ତନ କରି ବିଶାଳ ଅକ୍ଷତ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସେହିପରି ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧିନରେ ଥିବା ମାଳ ହାଟ, ବିଛାଖଣ୍ଡି, ମହନ୍ତ ଷୋହଳ, କଲାଣ୍ଡ,ପାଟପୁର, ରାଧାକାନ୍ତପୁର, ବାଘୁଆବାରଣା,ଖଟୁଆ ସାହି, ପୋତୁଅ, କାଟେଣୀ, ସମସ୍ତ ଗ୍ରାମ ପରିକ୍ରମା କରି ଆସନ୍ତା ୨୨/୧/୨୦୨୪ ସୋମବାର ଦିନ ଅଯୋଧ୍ୟା ନଗରେ ପ୍ରଭୁ ଶ୍ରୀ ରାମ୍ ଲାଲାଙ୍କ ବିଘ୍ର ପ୍ରତିଷ୍ଠା ବା ଉକ୍‌ତ ଦିବସରେ ପ୍ରତିଟି ଘର ମୂଖ୍ୟ ଦ୍ୱାରରେ ପ୍ରଭୁଙ୍କ ପ୍ରତି ଛବି ବା ଝୋଟି ଆଙ୍କି ଏକ କଳସ ସ୍ଥାପନ କରିବା ସହିତ ସ୍‌ୱାତିକ୍ ଭୋଜନ କରିପାରିବେ ଏବଂ ସନ୍ଧ୍ୟା ସମୟରେ ପାଞ୍ଚ ଗୋଟି ଦ୍ୱୀପ ପ୍ରଜ୍ୱଳନ କରିବାକୁ ସମସ୍ତ ଜନ ସାଧାରଣଙ୍କୁ ସୂଚାଇ ଦେଇଥିଲେ ।

Leave a Reply