Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାର ରତ୍ନଭଣ୍ଡାର କାନ୍ଥରେ ଫାଟ: ଏଏସ୍‌ଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାର ରତ୍ନଭଣ୍ଡାର କାନ୍ଥରେ ଫାଟ: ଏଏସ୍‌ଆଇ

ପୁରୀ: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଏଏସଆଇର ଲେଜର ସ୍କାନିଂ ରିପୋର୍ଟରୁ ଏହି ତଥ୍ୟ ମିଳିଛି । ଏଥିରେ ଦର୍ଶାଯାଇଛି ଯେ କାନ୍ଥରେ ଫାଟ ଯୋଗୁ ଭିତରକୁ ପାଣି ଜକାଉଛି । ଗତବର୍ଷ ନଭେମ୍ବର ୨୮ ଓ ୨୯ ତାରିଖ ଦୁଇଦିନ ଧରି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯାଇଥିଲା । ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ଦେଖା ଯାଇଥିଲା ବୋଲି ଏଏସଆଇ ତା ରିପୋର୍ଟରେ ଉଲ୍ଲେଖ କରିଛି । ରତ୍ନଭଣ୍ଡାରର ବାହାର ତିନୋଟି କାନ୍ଥକୁ ଡି ପ୍ଲାଷ୍ଟର କରାଯିବ । ଏହାପରେ ଯଦି କୌଣସି କ୍ଷତି ଦେଖାଯାଏ ତେବେ ତାହାକୁ ସଂରକ୍ଷଣ ପ୍ରଣାଳୀ ଦ୍ୱାରା ଉପଯୁକ୍ତ ପଦକ୍ଷେପ ନିଆଯାଇ ମରାମତି କରାଯିବ । ସୂଚନାଯୋଗ୍ୟ ଯେ ରତ୍ନଭଣ୍ଡାରର ୪୯ଟି ସ୍ଥାନରେ ଲେଜର ସ୍କାନିଂ କରାଯାଇଥିଲା । ଏହି ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଏଏସ୍‌ଆଇ ପ୍ରଦାନ କରିଛି ।

Leave a Reply