Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଶାଠାରୁ ଅଧିକ ବେଗରେ ଦୌଡୁଛି ଦେଶର ଅର୍ଥବ୍ୟବସ୍ଥା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଶାଠାରୁ ଅଧିକ ବେଗରେ ଦୌଡୁଛି ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି । ସରକାର ଗୁରୁବାର ଫେବ୍ରୁଆରୀ ୨୯ରେ ଡାଟା ଜାରି କରି କହିଛନ୍ତି ଯେ ଅକ୍ଟୋବରଡିସେମ୍ୱର ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି । ଯାହା ପ୍ରମାଣିତ କରୁଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ରକେଟ୍ ବେଗରେ ଆଗକୁ ବଢୁଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ଆର୍ôଥକ ବର୍ଷର ସେପ୍େଟମ୍ୱର ତ୍ରୈମାସରେ ଭାରତ ୭.୬ ପ୍ରତିଶତ ହାରରେ ଅଭିବୃଦ୍ଧି ରେକର୍ଡ କରିଥିଲା । ୨୦୨୩-୨୪ ସମୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ୨୦୨୨-୨୩ରେ ଦେଶର ଜିଡିପି ୭.୦ ପ୍ରତିଶତ ଥିଲା । ୨୦୨୩-୨୪ରେ ରିୟଲ ଜିଡିପି ୧୭୨.୯୦ ଲକ୍ଷ କୋଟି ସ୍ତର ପାର କରିବା ନେଇ ଅନୁମାନ କରାଯାଇଛି । ଅନ୍ୟପେଟ ୨୦୨୨-୨୩ ପାଇଁ ଜିଡିପିର ପ୍ରଥମ ସଂଶୋଧନ ଅନୁମାନ (ୠଜଋ) ୧୬୦.୭୧ ଲକ୍ଷ କୋଟି ଟଙ୍କା ଥିଲା । ରାଷ୍ଟ୍ରୀୟ ପରିସଂଖ୍ୟାନ ସଂସ୍ଥା ନିଜର ଦ୍ୱିତୀୟ ସଂଶୋଧିତ ଅନୁମାନରେ କହିଛି ଯେ ୨୦୨୩-୨୪ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିପାରେ । ଆଜି ଏନଏସଓ ଆର୍ôଥକ ବର୍ଷ ୨୦୨୨-୨୩ର ଜିଡିପି ଗ୍ରୋଥ ଅନୁମାନକୁ ପୁଣି ଥରେ ସଂଶୋଧନ କରି ୭.୨ ପ୍ରତିଶତରୁ ଏହି ଅନୁମାନ କମ କରି ୭ ପ୍ରତିଶତ କରିଛି । ଏନଏସଓ ପକ୍ଷରୁ ଜାରି ସରକାରୀ ଡାଟା ଅନୁସାରେ ଆର୍ôଥକ ବର୍ଷ ୨୦୨୩-୨୪ରେ ଭାରତର ନୋମିନାଲ ଜିଡିପି ୯.୧ ବୃଦ୍ଧି ହାର ୯.୧ ପ୍ରତିଶତ ରହିପାରେ । ଏହି ସମୟରେ ନୋମିନାଲ ଡିଜିପି ୨୦୨୨-୨୩ରେ ୨୬୯.୫୦ ଲକ୍ଷ କୋଟି ତୁଳନାରେ ୨୯୩.୯୦ ଲକ୍ଷ କୋଟି ଟଙ୍କା ସ୍ତର ପାର କରିବା ଅନୁମାନ କରାଯାଉଛି । ଆର୍ôଥକ ବର୍ଷର ତୃତୀୟ ତ୍ରୈମାସରେ ଏହି ବୃଦ୍ଧିର ମୁଖ୍ୟ କାରଣ ମେନ୍ୟୁଫେକଚରିଂ ସେକ୍ଟର, ମାଇନିଂ ଏବଂ ବିନିର୍ମାଣ କ୍ଷେତ୍ରରେ ସୁଧାର । ଉଲ୍ଲେଖଯୋଗ୍ୟ ଯେ ଏହି ଅବଧିରେ ବିନିର୍ମାଣ କ୍ଷେତ୍ର ଦୁଇ ଅଙ୍କର ବଦ୍ଧି ହାର (୧୦.୭) ରେକର୍ଡ କରିଛି । ସେହିପରି ମେନ୍ୟୁଫେକଚରିଂ ସେକ୍ଟରରେ ୮.୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।

Leave a Reply