Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶେଷରେ ଗୋଟିଏ ପରେ ଗୋଟିଏ ଅପରାଧ ସ୍ୱୀକାର କଲା ଅପରାଧୀ ଶେଖ୍ ଶାହାଜାହାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶେଷରେ ଗୋଟିଏ ପରେ ଗୋଟିଏ ଅପରାଧ ସ୍ୱୀକାର କଲା ଅପରାଧୀ ଶେଖ୍ ଶାହାଜାହାନ

୧୦ ଦିନିଆ ପୁଲିସ୍ ହେପାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନ କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ୫୫ ଦିନ ପରେ ଗୁରୁବାର ସକାଳୁ ଗିରଫ କରାଯାଇଥିଲା । ଏବେ ଗିରଫ ପରେ ତାଙ୍କୁ ୧୦ ଦିନିଆ ପୁଲିସ୍ ହେପାଜତରେ ନିଆଯାଇଛି । ୫୩ ବର୍ଷୀୟ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମିନାଖାନ ଅଞ୍ଚଳରୁ ଉଠାଇ ନିଆଯାଇଥିଲା, ଯେଉଁଠାରେ ସେ ନିଜ ବନ୍ଧୁମାନଙ୍କ ସହ ଲୁଚି ରହିଥିଲେ । ଶାହାଜାହାନ ପ୍ରାୟ ୧୦:୩୦ ସମୟରେ ବସିରହାଟ କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ୧୦ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଛି । ପରେ ତାଙ୍କୁ କୋଲକାତା ନିଆଯାଇଥିବା ସୂଚନା ରହିଛି । ଜାନୁଆରି ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ ବେଳେ ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ଟିଏମ୍‌ସି ନେତାଙ୍କୁ ଗିରଫ କରାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଟିଏମ୍‌ସିର ଏହି ପ୍ରଭାବଶାଳୀ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଜମି ଦୁର୍ନୀତି, ରାସନ ବଣ୍ଟନ ଦୁର୍ନୀତି ଆଦି ମାମଲା ରହିଛି । ଶାହାଜାହାନକୁ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ସମନ କରିଥିଲା । ହେଲେ ଇଡି ଅଧିକାରୀଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଥିବା ଶାହାଜାହାନ୍ ହାଜର ହୋଇନଥିଲେ । ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତା ୪ ତାରିଖ ସୁଦ୍ଧା ଗିରଫ କରି ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave a Reply