Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାଈ ଗୋରୁ ଅପହରଣ କରି ବେଆଇନ ଭାବେ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାଈ ଗୋରୁ ଅପହରଣ କରି ବେଆଇନ ଭାବେ ଚାଲାଣ

ଗୋରୁ ଚାଲାଣ; ପାଟ୍ରୋଲିଂ କଡ଼ାକଡ଼ି ଦାବି

ଛତ୍ରପୁର : ରାତି ଅଧରେ ହୁମ୍ମା ଓ ପାଲୁର ଜଙ୍କସନ ଅଂଚଳ ଓ କୃଷ୍ଣପ୍ରସାଦ ଥାନା ଅଂଚଳରୁ ଗାଈ ଗୋରୁ ଅପହରଣ କରି ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କୌଣସି ବ୍ୟକ୍ତି ରାତି ଅଧରେ ପ୍ରତିବାଦ କରିଲେ ବନ୍ଧୁକ ଓ ବିଭିନ୍ନ ମାରାଣତ୍ମକ ଅସ୍ତ୍ର ଦେଖାଇ ଭୟଭୀତ କରାଉଥିବା ଶୁଣିବାକୁ ମିଳିଛି । ଏକ ପିକ ଅପ ଟାଟାଏସି ସାହାର୍ଯ୍ୟରେ ଅପହରଣ କରି ଜାତୀୟ ୧୬ ନମ୍ବର ରାଜପଥର ଏକ ନିଛାଟିଆ ସ୍ଥାନରେ କଣ୍ଟେନର ଟ୍ରକରେ ଲୋଡ଼ କରାଯାଇ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଗାଈଗୋରୁ ଛେଳି ରମ୍ଭା ଥାନା ଅଂଚଳରେ ସୁରକ୍ଷିତ ନଥିବା ଅଞ୍ଚଳବାସୀ କହିଛନ୍ତି ।

Leave a Reply