ସହଜରେ ମିଳିବ ଭାରତର ନାଗରିକତା

ନୂଆଦିଲ୍ଲୀ : ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଅଧିନିୟମ ସିଏଏ । ସାଧାରଣ ର୍ନିବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । ଅମିତ ଶାହା କହିଥିଲେ କି ଲୋକସଭା ର୍ନିବାଚନ ପୂର୍ବରୁ ସିଏଏର କାର୍ଯ୍ୟକାରିତା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସିଏଏ ହେତୁ କୌଣସି ବ୍ୟକ୍ତିର ନାଗରିକତା ଛଡ଼ାଯିବ ନାହିଁ । ବାସ୍ତବରେ, ମାର୍ଚ୍ଚରେ ସିଏଏ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରସଙ୍ଗରେ କଳ୍ପନାଜଳ୍ପନା ରହିଛି କାରଣ ମଡେଲ୍ ଆଚରଣ ସଂହିତା ମାର୍ଚ୍ଚରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି । ସୂଚନା ଥାଉକି, ମାର୍ଚ୍ଚ ପହିଲା ପରେ କେତେବେଳେ ବି ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ କରିପାରେ କେନ୍ଦ୍ର । ଏ ନେଇ ସ୍‌ତନ୍ତ୍ର ପୋର୍ଟାଲ ମଧ୍ୟ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ନିୟମ ଲାଗୁ ହେବା ସହ ସିଏଏ ଆଇନ ତୁରନ୍ତ ଲାଗୁ ହୋଇଯିବ । ଏଥିଲାଗି ଅନଲାଇନ ପୋର୍ଟାଲ ପ୍ରସ୍ତୁତ ହୋଇସାରଛି । ସମ୍ପୂର୍ଣ୍ଣ ଅନଲାଇନ୍ ହେବ ଏହି ପ୍ରକ୍ରିୟା । ଆବେଦକଙ୍କୁ କେବଳ ସେହି ବର୍ଷର ସୂଚନା ଦେବାକୁ ଯେଉଁ ବର୍ଷ ସେମାନେ କୌଣସି ଦସ୍ତାବିଜ୍ ବିନା ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ । ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ଅନୁପ୍ରବେଶକାରୀ ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ବେଆଇନ ଭାବେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରିବ । ଏହି ଆଇନ ଦ୍ୱାରା କୌଣସି ଭାରତୀୟ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବାର କୌଣସି ବ୍ୟବସ୍ଥା ନାହିଁ । ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ହାସଲ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଡିସେମ୍ବର ୨୦୧୯ରେ ସିଏଏ ବିଧେୟକ ପାସ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିଲା । ସିଏଏକୁ ନେଇ ଦେଶର ବିଭିତ୍ତ ସ୍ଥାନରେ ଦେଖିବକୁ ମିଳିଥିଲା ବିରୋଧ । ପାରିତ ହେବାର ୪ ବର୍ଷ ପରେ ଏହି ଆଇନ ଲାଗୁ ହେବାକୁ ଯାଉଛି । ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନ ସମୟରେ ଦେଶରେ ସିଏଏ ଆଇନ ଲାଗୁ କରିବା ବିଜେପି ଘୋଷଣାପତ୍ରରେ ସ୍ଥାନ ପାଇଥିଲା । ସିଏଏ ଆଇନ ଜରିଆରେ କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରେ ପ୍ରତାଡ଼ିତ ଅଣ ମୁସଲିମ ପ୍ରବାସୀ ନାଗରିକ ଯେଉଁମାନେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସି ଏବଂ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବେ, ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ବ୍ୟବସ୍ଥା ରହିଛି । ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତରେ ରହିଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *