Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୪ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷା କର୍ମୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୪ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷା କର୍ମୀ

ମାଲକାନଗିରି: ଛତିଶଗଡର ବୀଜାପୁର ଜିଲ୍ଲାରେ ଥିବା କୁଟୁର ଥାନା ଅଞ୍ଚଳରେ ସର୍ଚ ଅପରେସନ ବେଳେ ୪ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷା କର୍ମୀ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ବୀଜାପୁର ଜିଲ୍ଲାର କୁଟୁର ଥାନା ପୋଲିସ ଏବଂ ଡିଆରଜିର ଯବାନ ମାନେ ମିଳିତ ଭାବେ ମାଓ ଦମନ ନିମନ୍ତେ ସର୍ଚ ଅପରେସନ ଜାରି ରଖିଥିଲେ । ତେବେ ଏହି ସାମୀରେ ଯବାନ ମାନେ ଅଞ୍ଚଳରେ କୁଟୁର ରାସ୍ତା କଡରେ ଥିବା ଜଙ୍ଗଲରେ କିଛି ବ୍ୟକ୍ତିଙ୍କୁ ଯବାନ ମାନେ ଦେଖିଥିଲେ । ତେବେ ସେମାନେ ଯବାନ ମାନଙ୍କୁ ଦେଖି ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ । ଯବାନ ମାନେ ସନ୍ଧେହ କରି ମୋଟ ୪ଜଣଙ୍କୁ କାବୁ କରିବା ସହ ପଚରା ଉଚରା କରିବାରୁ ସେମାନେ ମାଓ ସଙ୍ଗଠନର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ସ୍ୱୀକାର କରିଥିଲେ । ଯବାନ ମାନେ ସେମାନଙ୍କ ନିକଟରେ ଥିବା ବ୍ୟାଗ ଗୁଡିକ ଯାଞ୍ଚ କରିବାରୁ ଶେଠୀ ମଧ୍ୟରୁ ଏକ ଟିଫିନ୍ ବୋମା, ବ୍ୟାଟେରୀ, କର୍ଡେକ୍ସ ତାର, ଫ୍ୟୁଜ୍‌, ଇଲେକ୍ଟ୍ରିକ୍ ତାର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ଏହାପରେ ଯବାନ ମାନେ ସେମାନଙ୍କୁ ଗିରଫ କରି କୋର୍ଟ ଚାଳନ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ସର୍ଚ ଅପରେସନକୁ ଆହୁରି ଜୋରଦାର କରିଛନ୍ତି ।

Leave a Reply