Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜ୍ଞାନର ଅଗ୍ରଗତି ଫଳରେ ଆଜି ଦେଶ ଚନ୍ଦ୍ରପୃଷ୍ଠକୁ ଯାଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜ୍ଞାନର ଅଗ୍ରଗତି ଫଳରେ ଆଜି ଦେଶ ଚନ୍ଦ୍ରପୃଷ୍ଠକୁ ଯାଇଛି

ପୁରୀ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାରୁତିନଗର ପୁରୀ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅବସରପ୍ରାପ୍ତ ଡେମୋନଷ୍ଟ୍ରେଟର ତଥା ଚିତ୍ରକର ମାଧବାନନ୍ଦ ରଥ ଯୋଗ ଦେଇ ବିଜ୍ଞାନର ଅଗ୍ରଗତି ଫଳରେ ଆଜି ଦେଶ ଚନ୍ଦ୍ରପୃଷ୍ଠକୁ ଯାଇ ପାରି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାର ସୁଯୋଗ ପାଇଛି । ଆଜିର ଶିଶୁ ଆଗାମୀ କାଲିର ଅଧିକରୁ ଅଧିକ ବୈଜ୍ଞାନିକ ହୋଇ ପାରିଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ବୋଲି ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସାରଙ୍ଗଧର ଷଡଙ୍ଗୀ ସି.ଭି ରମଣଙ୍କ ଜୀବନ ଦର୍ଶନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ପ୍ରଧାନାଚାର୍ଯ୍ୟ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ପୁଷ୍ପଲତା ଜେନା ବିବରଣୀ ପ୍ରଦାନ କରିବା ସହ ଆଚାର୍ଯ୍ୟା ମନୋରମା ପ୍ରଧାନ, ସ୍ନେହଲତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ ୧୦୬ ଜଣ ପ୍ରତିଭାଗୀ ଯୋଗ ଦେଇ ୨୧ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଚାର୍ଯ୍ୟା ରଶ୍ମିତା ସାମନ୍ତରାୟଙ୍କ ମାର୍ଗଦର୍ଶନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply