Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘୋଡ଼ାବଜାର ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘୋଡ଼ାବଜାର ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପୁରୀ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଘୋଡ଼ା ବଜାର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସେସନ୍ ଭୁବନେଶ୍ୱରର କନଭେନର ଡ଼ଃ ଏସ.କେ.ଏସ. ପରାଶର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚନ୍ଦ୍ରଶେଖର ଭେଙ୍କେଟ ରମଣଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଜ୍ଞାପନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆଜିର ଯୁଗରେ ମାନବର ସମସ୍ତ ଆବଶ୍ୟକତା ପୂରଣରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱକୁ ବୁଝାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢିବା ପ୍ରତି ଆକୃଷ୍ଟ କରିବା ଓ ବିଜ୍ଞାନମନସ୍କ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ବିଜ୍ଞାନ ପ୍ରଶ୍ନମଞ୍ଚ, ବିନା ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ପ୍ରକଳ୍ପ ପ୍ରସ୍ତୁତି, ବୈଜ୍ଞାନିକଙ୍କ ବିଷୟରେ ଭିଡିଓ ପ୍ରସ୍ତୁତି, ବୈଜ୍ଞାନିକମାନଙ୍କ ଫଟୋଚିତ୍ର ପ୍ରଦର୍ଶନ, ବିଜ୍ଞାନ ସମ୍ବନ୍ଧୀୟ ନାଟକ ପ୍ରଦର୍ଶନ ଓ ବିଜ୍ଞାନ ସମ୍ବନ୍ଧୀୟ ପେପର କଟିଂ ସଂଗ୍ରହ ଆଦି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇଥିଲେ । ଶିଶୁ, ବାଲ, କିଶୋର ଓ ତରୁଣ ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ପରିଦର୍ଶନ ସହିତ ବିଜ୍ଞାନ ବିଷୟ ବସ୍ତୁ ଆଧାରିତ ନାଟକ ପର୍ଯ୍ୟବେକ୍ଷଣ କରି ଅତିଥି ବୃନ୍ଦ ପ୍ରତିଭାଗୀମାନଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ । ଶେଷରେ ବିଜୟୀ ପ୍ରତିଭାଗୀମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଅତିଥି ମାନଙ୍କ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବାବେଳେ ପରିଚାଳନା ସମିତିର ସମ୍ପାଦକ ସୀମାଚଳ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ବିଶେଷଜ୍ଞ କାମଳାକାନ୍ତ ଜେନା ଓ ସରସ୍ୱତୀ ଜ୍ଞାନ ମନ୍ଦିର+୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦାୟିତ୍ୱରେ ଥିବା ନିବେଦିତା ଦାସ ମଧ୍ୟ ମଞ୍ଚାସୀନ ଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୁରୁଜୀଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା ।

Leave a Reply