Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଦଳିଲା ଆଗ୍ରାର ଜାମା ମସଜିଦ ମେଟ୍ରୋ ଷ୍ଟେସନର ନାମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଦଳିଲା ଆଗ୍ରାର ଜାମା ମସଜିଦ ମେଟ୍ରୋ ଷ୍ଟେସନର ନାମ

ଆଗ୍ରା : ଉତର ପ୍ରଦେଶ ଅଗ୍ରାର ୟୁପିଏମଆରସି ତରଫରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନର ନାମ ବଦଳାଇଦିଆଯାଇ ମନକାମେଶ୍ୱର ମେଟ୍ରୋ ଷ୍ଟେସନ ନାମରେ ନାମିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏବେ ଷ୍ଟେସନରେ ଲାଗିଥିବା ପୁରୁଣା ହୋଡିଂକୁ ବଦଳାଇ ଦିଆଯାଇଛି । କିଛିଦିନ ଧରି ଜାମା ମସଜିଦ୍ ମେଟ୍ରୋ ଷ୍ଟେସନର ନାମ ବଦଳାଇବାକୁ ଦାବି ହୋଇଆସୁଥିଲା । ଷ୍ଟେସନ ନିକଟରେ ମନକାମେଶ୍ୱର ନାଥ ମହାଦେବ ମନ୍ଦିର ଥିବାରୁ ଏହି ନାମରେ ଷ୍ଟେସନର ନାମକରଣ କରିବାକୁ ଦାବି ହେଉଥିଲା । କେବଳ ମନକାମେଶ୍ୱର ମହାଦେବ ନୁହଁନ୍ତି କିଛି ଲୋକ ଏହା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି କରିଆସୁଥିଲେ । ସେପଟେ ଜାମା ମସଜିଦ ନିକଟରେ ଥିବା ମେଟ୍ରୋ ଷ୍ଟେସନର ନାମ ବଦଳିବା ପରେ ଏବେ ଇଦଗାହ ଷ୍ଟେସନର ନାମ ବଦଳାଇବାକୁ ଦାବି ହେଉଛି । ଛାବନୀ ବିଧାୟକ ଡା.ଜିଏସ୍ ଧର୍ମେଶ ଏହି ଷ୍ଟେସନର ନାମ ରାବଲୀ ମହାଦେବ ଷ୍ଟେସନ ରଖିବାକୁ ଦାବି କରିଛନ୍ତି ।

Leave a Reply