Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ କତିତ୍ୱ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ କତିତ୍ୱ

କେନ୍ଦୁଝର,: କେନ୍ଦୁଝରଗଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ କେନ୍ଦୁଝରଗଡ ପୌରପାଳିକାର ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷାରେ ଉନ୍ନତି ଚାଉଡା, ଶୁଭଶ୍ରୀ ପଣ୍ଡା, ପ୍ରିୟଙ୍କା ନାଏକ ଓ ପ୍ରତୀକ୍ଷା ପରିନୀତା ସାହୁ ସରକାରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କେନ୍ଦୁଝରଗଡ ପୌରପାଳିକାର ୭ଜଣ କୃତି ଛାତ୍ରଛାତ୍ରୀ ମଧ୍ୟରୁ ଶିଶୁମନ୍ଦିରର ୪ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ସୁଂଧାଶୁ ଶେଖର ପଣ୍ଡା ଓ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି କୃତି ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀଙ୍କ କୃତିତ୍ୱ ପାଇଁ ପରିଚାଳନା ସମିତି ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave a Reply