Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବେ ଚୋରଙ୍କ ନଜର ମନ୍ଦିର ଉପରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବେ ଚୋରଙ୍କ ନଜର ମନ୍ଦିର ଉପରେ


କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଦର୍ଶ ଥାନା ବାଉଣ୍ଡ୍ରି ୱାଲ ଲାଗି ରହିଥିବା ହନୁମାନ ମନ୍ଦିରରୁ ଚୋରି ଘଟଣା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ରାତି ସମୟରେ ମନ୍ଦିର ତାଲା ଭାଙ୍ଗି ଭାବବାନଙ୍କ ଛତ୍ର , ଗଦା ସହ ଦାନବାକ୍ସକୁ କେହି ଚୋରି କରି ନେଇଯାଇଛି । ଯେଉଁଥିରେ କି ୧୦ ରୁ ୧୫ ହଜାର ଟଙ୍କା ରହିଥିବା କଥା କହିଥିଲେ ପୂଜାରି । ପରେ ଏନେଇ ଖବର ପାଇଥିଲା । ପୋଲିସ । ପରେ ଏକ ହସ୍ପିଟାଲ ନିକଟ ଗୋଟିଏ ଜାଗାରୁ ଏହିସବୁ ଚୋରି ସାମଗ୍ରୀକ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ଥାନା ନିକଟ ଓ ପୋଲିସ୍ ନାଇଟ ପାଟ୍ରୋଲିଙ୍ଗ ସତ୍ୱେ ଚୋରି ଘଟଣା ଘଟିବା ସାଧାରଣ କଥା ନୁହେଁ । ଗୁରୁତ୍ୱର ବିଷୟ ଯେ କିଛି ଦିନ ଆଗରୁ ବିଧାୟକଙ୍କୁ ହତ୍ୟା ଧମକ ବ୍ୟାନର ସହର ମଝି ଦୁଇଟି ସ୍ଥାନରେ ଦେଖିବାକୁ ମିଳିଥିଲା । ଯାହାକୁ ପୋଲିସ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply