ବେଙ୍ଗାଲୁରୁ: କର୍ଣ୍ଣାଟକର ସିଦ୍ଧରମେୟା ସରକାର ଆଂଟି ହିନ୍ଦୁ । କଂଗ୍ରେସ ସରକାର ହିନ୍ଦୁ ବିରୋଧୀ ନୀତି ଆଣି ରାଜ୍ୟର ଟିକସ ଥଳି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁ ମନ୍ଦିରଗୁଡ଼ିକର ଆୟ ଉପରେ କଂଗ୍ରେସ ଖରାପ ଦୃଷ୍ଟି ରହିଛି । ଏହି ଧନକୁ କଂଗ୍ରେସ ଅନ୍ୟ ଉପାୟରେ ଖର୍ଚ୍ଚ କରିବାକୁ ଚାହୁଁଛି । ଯେଉଁଥିପାଇଁ ମନ୍ଦିରମାନଙ୍କ ଉପରେ କର୍ଣ୍ଣାଟକ ସରକାରଙ୍କ ଟ୍ୟାକ୍ସ ଛାଟ ଲଗାଇଛନ୍ତି । ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଗୁଡ଼ିକ ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମେୟା ସରକାର । ଫେବୃୟାରୀ ୨୨ ତାରିଖ ଦିନ ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବିନ୍ଦୋବସ୍ତ ବିଧେୟକ ୨୦୨୪’ ପାରିତ ହୋଇଛି । ଏବି ବିଧେୟକ ପାସ୍ ହେଲେ ସରକାର ସମସ୍ତ ହିନ୍ଦୁ ମନ୍ଦିରରୁ ଶୁଳ୍କ ଆଦାୟ କରିବେ । କର୍ଣ୍ଣାଟକ ବିଧାନସଭାରେ ପାରିତ ହୋଇଥିବା ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବିନ୍ଦୋବସ୍ତ ବିଧେୟକ ୨୦୨୪’ ଅନୁଯାୟୀ, ଯେଉଁ ମନ୍ଦିରର ରୋଜଗାର ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରହୁଛି, ସେମାନଙ୍କୁ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ । ଯେଉଁ ମନ୍ଦିରରେ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି, ସେମାନଙ୍କ ଠାରୁ ୧୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବା ନେଇ ସ୍ଲାବ୍ ତିଆରି ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ କେବଳ ରାଜ୍ୟରେ ହିନ୍ଦୁ ମନ୍ଦିରରୁ ଟ୍ୟାକ୍ସ ଆଦାୟ କରିବାକୁ କଂଗ୍ରେସ ଚାହୁଁଛି । ଅନ୍ୟ ଧାର୍ମିକ ସଂସ୍ଥାନରୁ ମଧ୍ୟ ଟିକସ ଆଦାୟ ପଛ ଘୁଂଚା ଦେଉଛି କାହିଁକି ? । ଏହା ହେଉଛି କଂଗ୍ରେସର ଅସଲ ଚେହରା । କର୍ଣ୍ଣାଟକ ମନ୍ତ୍ରୀ ରାମାଲିଙ୍ଗା ରେଡ୍ଡୀ କହିଛନ୍ତି, ବିଜେପି ଧର୍ମକୁ ନେଇ ରାଜନୀତି କରୁଛି । କଂଗ୍ରେସ ହେଉଛି ହିନ୍ଦୁତ୍ୱର ବଡ଼ ସମର୍ଥକ ।