Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେବ କାର୍ଯ୍ୟ ଓ ଦେଶ କାର୍ଯ୍ୟ ଦୁଇଟି ଯାକ ଦ୍ରୁତ ଗତିରେ ଚାଲିଛି : ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେବ କାର୍ଯ୍ୟ ଓ ଦେଶ କାର୍ଯ୍ୟ ଦୁଇଟି ଯାକ ଦ୍ରୁତ ଗତିରେ ଚାଲିଛି : ମୋଦି


ମେହସାଣା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲିଥିବା ସମୟକୁ ଭାରତର ବିକାଶ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଣ୍ଣନା କରି କହିଛନ୍ତି ଯେ, ଏହା ଏଭଳି ସମୟ ଅଟେ, ଯେତେବେଳେ ଦେବ କାର୍ଯ୍ୟ ଓ ଦେଶକାର୍ଯ୍ୟ ଦୁଇଟି ଯାକ ଦ୍ରୁତଗତିରେ ଚାଲିଛି । ପ୍ରଧାନମନ୍ତ୍ରୀ ଗୁରୁବାର ଗୁଜରାଟର ମେହସାଣାରେ ବଲିନାଥ ଧାମ ମନ୍ଦିରର ଉଦଘାଟନ କରିବା ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁଜରାଟର ମେହସାଣାରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ଅନେକ ବିକାଶମୂଳକ ପରିଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବା ସହ ଶିଳାନ୍ୟାସ କରିଛନ୍ତି । ସେ କହିଛନ୍ତି ଯେ, ଏହି ରେଳ, ସଡକ, ବନ୍ଦର, ପରିବହନ, ଜଳ, ସୁରକ୍ଷା, ସହରୀ ବିକାଶ ଓ ପର୍ଯ୍ୟଟନ ପରିଯୋଜନାରେ ଜୀବନଯାପନରେ ସୁବିଧା ବୃଦ୍ଧି ପାଇବ ଏବଂ ଅଂଚଳର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ସଭାକୁ ସମ୍ବୋଧିତ କରି ପିଏମ ମୋଦି ଠିକ ମାସକ ପୂର୍ବ ଜାନୁୟାରୀ ୨୨କୁ ସ୍ମରଣ କରିଥିଲେ, ଯେତେବେଳେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ କରିବାର ସୁଯୋଗ ମିଳିଥିଲା । ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ଆଜି ଯେତେବେଳେ ଭବ୍ୟ ରାମମନ୍ଦିର ନିର୍ମାଣ ହୋଇଛି, ସେତେବେଳେ ନକରାତ୍ମକତା ଜୀବନ ବଂଚୁଥିବା ଲୋକେ ଘୃଣାର ରାସ୍ତା ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରଧାନମନ୍ତ୍ରୀ ମନ୍ଦିରକୁ ଜ୍ଞାନ ଓ ବିଜ୍ଞାନର କେନ୍ଦ୍ର କହିଛନ୍ତି ଏବଂ କହିଛନ୍ତି ଯେ, ଆମର ଏଠି ମନ୍ଦିର କେବଳ ଦେବାଳୟ କିମ୍ବା ପୂଜା ପାଠ କରିବାର ସ୍ଥାନ ନୁହେଁ, ଏହା ଆମର ହଜାର ବର୍ଷର ପୁରୁଣା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଅଟେ । ଆମର ଏହି ମନ୍ଦିର ଦେଶ ଓ ସମାଜକୁ ଅଜ୍ଞାନର ଜ୍ଞାନ ଆଡକୁ ନେଇଯିବାର ମାଧ୍ୟମ ଅଟେ । ସେ କହିଛନ୍ତି, ଭାରତର ବିକାଶ ଯାତ୍ରାରେ ଏହା ଏକ ଅଦଭୁତ ସମୟ ଅଟେ ।

Leave a Reply