Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଆର୍ନ୍ତଜାତିକ ମାତୃଭାଷା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଆର୍ନ୍ତଜାତିକ ମାତୃଭାଷା ଦିବସ


ବଲାଙ୍ଗିର ; ବଲାଙ୍ଗୀର ସ୍ଥିତ କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଆର୍ନ୍ତଜାତିକ ମାତୃଭାଷା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଆକାଶବାଣୀ ବଲାଙ୍ଗୀରର ଉଦଘୋଷକ ର˜ମୟ ତ୍ରିପାଠୀ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁବ୍ରତ କୁମାର ବେହେରା ଅତିଥି ପରିଚୟ କରିଥିଲେ । ଏହାପରେ ଛାତ୍ରୀ ସାକ୍ଷୀପ୍ରଜ୍ଞା ନାଏକ ବ୍ୟକ୍‌ତିଗତ ସଙ୍ଗୀତ ପରିବେଷଣ କରିଥିଲେ । ସଂଯୋଜନା ଛାତ୍ରୀ ସୁଶ୍ରୀ ସ୍ୱାତୀ ଦାଶ ଓ ସ୍ନେହାଞ୍ଜଳୀ ପଣ୍ଡା କରିଥିଲେ । ନିଜ ବକ୍‌ତବ୍ୟରେ ମୁଖ୍ୟ ଅତିଥି କହିଲେ ଯେ, ମାତୃଭାଷାର ବିକାଶ ତଥା ସୁରକ୍ଷା ହିଁ ଶିଶୁଙ୍କ ବ୍ରତ ହେଉ । ପରେ ନିଜ ଅଭିଭାଷଣ ପ୍ରଦାନ କରି ବିଦ୍ୟାଳୟର ଅଧ୍ୟକ୍ଷ ମାତୃଭାଷା ଦିବସର ପାଳନର ମର୍ମ ବଖାଣି ଥିଲେ । ଏହାପରେ ୭ମ ଶ୍ରେଣୀ ଛାତ୍ରଛାତ୍ରୀ ମଞ୍ଚରେ ଏକକ ଅଭିନୟ ପ୍ରସ୍ତୁତ କରିଥିଲେ । ଏହି ଦିବସ ଉପଲକ୍ଷେ ବିଭିତ୍ତ ବିଷୟ ଆଧାରରେ ଶ୍ରେଣୀସାହା ବିଭିତ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ତଥା ସେହି ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ମଞ୍ଚାସୀନ ଅତିଥୀଙ୍କ ମଧ୍ୟରେ ଅଧ୍ୟକ୍ଷ ଭବାନୀ ଶଙ୍କର ପଟେଲ, ସଂପାଦକ ତରଣୀସେନ ପଟେଲ ,ଯୁଗ୍ମ ସଂପାଦକ ରବୀନ୍ଦ୍ର ପଣ୍ଡା ଓ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ତରିଆ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟତ୍ରୀ ରଶ୍ମିପ୍ରଭା ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହିପରି ଭାବରେ ଶିକ୍ଷୟତ୍ରୀ ମୀନା ଦାଶଙ୍କ ସଂଚାଳନାରେ କାର୍ଯ୍ୟକ୍ରମଟି ସଫଳତା ସହ ସଂପର୍ଣ୍ଣ ହୋଇଥିଲା ।

Leave a Reply