Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚଳିତ ମାସ ୨୮ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ଫେବୃଆରୀ ୨୯ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ-ଅଲ ଓଡିଶା ଅଙ୍ଗନୱାଡ଼ି ଆସୋସିଏସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚଳିତ ମାସ ୨୮ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ଫେବୃଆରୀ ୨୯ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ-ଅଲ ଓଡିଶା ଅଙ୍ଗନୱାଡ଼ି ଆସୋସିଏସନ

ଅଙ୍ଗନବାଡି ସଂଘ ପକ୍ଷରୁ ୯ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅଙ୍ଗନୱାଡ଼ି ସଂଘ ପକ୍ଷରୁ ୯ଦଫା ଦାବି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦାବିନେଇ ଅଲ ଓଡିଶା ଅଙ୍ଗନୱାଡ଼ି ଆସୋସିଏସନ ପକ୍ଷରୁ ବହୁବାର ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ଆଜି ଯାଏଁ ଦାବି ପୂରଣ ହୋଇନାହିଁ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ୫- ଟି ଅଧ୍ୟକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିବା ବେଳେ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି । ଯଦି ରାଜ୍ୟ ସରକାର ଚଳିତ ମାସ ୨୮ ତାରିଖ ମଧ୍ୟରେ ଆମ ଦାବି ପୂରଣ ନ କରନ୍ତି ତେବେ ଫେବୃଆରୀ ୨୯ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଅଲ ଓଡିଶା ଅଙ୍ଗନବାଡ଼ି ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କର୍ମକର୍ତ୍ତାୟଦାବି ମଧ୍ୟରେ ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀଙ୍କ ସହ ସମକକ୍ଷ କରିବା ସହିତ ଜୀବିକା ମଜୁରୀ ପ୍ରଦାନ, ଯେପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮୦୦୦ ଓ ସହାୟିକାଙ୍କୁ ୯୦୦୦ ହଜାର ଟଙ୍କା ଦରମା ପ୍ରଦାନ,୫୦ ପ୍ରତିଶତ ସଂରକ୍ଷିତ ସୁପରଭାଇଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ, ପ୍ରତ୍ୟେକ ବର୍ଷ ପଦୋତ୍ତତି,ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଅନୁସାରେ ଗ୍ରାଚୁଇଟି ନିୟମ ଲାଗୁକରିବା ସହିତ ଅବସର ଗ୍ରହଣ କରିଥିବା ସମସ୍ତ କର୍ମୀ ସହାୟିକାଙ୍କୁ ଗ୍ରାଚୁଇଟି ପ୍ରଦାନ,ଗ୍ରୀଷ୍ମ ଅବକାଶ ଛୁଟି ଲାଗୁ ଆଦି ରହିଛିୟ୨୦୧୯ ମସିହାରେ ଜିଲ୍ଲାର ବହିଷ୍କୃତ ୬ ଜଣ ଅଙ୍ଗନୱାଡି ୱାଡି କର୍ମୀଙ୍କୁ ପୁନଃ ନିଯୁକ୍‌ତି ପ୍ରଦାନ କରିବା ସହ ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ ଓ ଜିଓ ଟ୍ୟାଗ ବନ୍ଦ କରିବା ଦାବି କରିଛ ଅଙ୍ଗନୱାଡ଼ି ସଂଘ ।

Leave a Reply