Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଶିକ୍ଷଣ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଶିକ୍ଷଣ ଶିବିର

ଟିଟିଲାଗଡ଼: ଶିକ୍ଷା,ଶିକ୍ଷାର୍ଥୀ,ଶିକ୍ଷକ, ସଂସ୍କୃତି ତଥା ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଭିନବ ଶିକ୍ଷା ପଦ୍ଧତି ପ୍ରଚଳନ କରିଛନ୍ତି । “ଜାତୀୟ ଶିକ୍ଷାନୀତି ୨୦୨୦” ନାମରେ ନୂତନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମଭେଲି ବିଦ୍ୟାଳୟ, ଚାରଭଟା, ଟିଟିଲାଗଡ଼ ପରିସରରେ ଗତ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କେନ୍ଦ୍ରୀୟ ମାଧ୍ୟମିକ ପରିଷଦ ଅଧୀନ ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରୁ ଶହେରୁ ଉର୍ଧ୍ୱ ଶିକ୍ଷକ/ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପରିଷଦ ପକ୍ଷରୁ ପ୍ରଶିକ୍ଷକ ଆଲୋକ ମହାନ୍ତି ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ୱର ପ୍ରସାଦ ମିଶ୍ର ପ୍ରଶିକ୍ଷଣର ଗୁରୁତ୍ୱ ବୁଝାଇଥିଲେ । ନୂତନ ଶିକ୍ଷା ପଦ୍ଧତିର ବ୍ୟବସ୍ଥା, ବାଲ୍ୟ ଶିକ୍ଷାରେ ମାତୃଭାଷାର ଗୁରୁତ୍ୱ, ମାଧ୍ୟମିକ ସ୍ତରରେ ସର୍ବନିମ୍ନ ତିନୋଟି ଭାଷା ଓ ଉଚ୍ଚ ମାଧ୍ୟମିକ ସ୍ତରରେ ସର୍ବନିମ୍ନ ଦୁଇଟି ଭାଷାର ପ୍ରୟୋଗର ଉପାଦେୟତା, ସମ୍ପର୍କରେ ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା ।ଙ୍ଖବାଲ୍ୟ ଶିକ୍ଷାରେ “କ୍ରୀଡା ସହିତ ପଠନ”ର ଆବଶ୍ୟକତା ଏବଂ ବିଭିନ୍ନ ପ୍ରତ୍ୟକ୍ଷଦର୍ଶୀ କ୍ରିୟାକଳାପର ଉପାଦେୟତା ସମ୍ପର୍କରେ ପ୍ରଶିକ୍ଷକ ବିଶଦ ବ୍ୟାଖ୍ୟା କରିଥିଲେ । ପ୍ରଶିକ୍ଷାର୍ଥୀଙ୍କୁ “ଖେଳ ସହିତ ପଠନ “ ସମ୍ପର୍କରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରାଇ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷାର୍ଥୀମାନେ ନିଜନିଜ ଅଭିଜ୍ଞତା ବ୍ୟାଖ୍ୟା କରିଥିଲେ ।

Leave a Reply