Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ ଗୁପ୍ତଚର ଜାହାଜ ମାଳଦ୍ୱୀପରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ ଗୁପ୍ତଚର ଜାହାଜ ମାଳଦ୍ୱୀପରେ

ମାଲେ : ଭାରତ ମହାସାଗରରେ ତଥାକଥିତ ‘ଗବେଷଣା’ କରିବା ପରେ ଚୀନ୍ର ସାମରିକ ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍‌୦୩ ଏବେ ମାଳଦ୍ୱୀପ ଅଭିମୁଖେ ଅଗ୍ରସର ହୋଇଛି । ମାଳଦ୍ୱୀପ ସରକାର ଏକ ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି । କୁହାଯାଉଛି ଯେ ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ସର୍ଭେ ନାଁରେ ଚୀନ୍ ଜାହାଜ ଦୀର୍ଘ ଦିନ ଧରି ଗୁପ୍ତଚରବୃତ୍ତି କରି ଆସୁଛି । ଏବେ ଏହା ମାଲେ ଆଡ଼କୁ ଗତି କରୁଛି । ଭାରତ ଓ ଆମେରିକା ଚୀନର ଗୁପ୍ତଚର ଜାହାଜକୁ ଅନୁମତି ଦେବାକୁ ବିରୋଧ କରିଥିଲେ ମଧ୍ୟ ମୁଇଜୁ ସରକାର ଏହାକୁ ଅଣଦେଖା କରିଛନ୍ତି । ଗତ ଜାନୁଆରୀ ୨୮ରେ ଚୀନର ଏହି ଗୁପ୍ତଚର ଜାହାଜ ଭାରତ ଓ ଶ୍ରୀଲଙ୍କା ନିକଟରେ ଭାରତ ମହାସାଗରରେ ପହଞ୍ଚିଥିଲା । ସେବେଠାରୁ ଏହା ଭାରତ ମହାସାଗରରେ ନିଜର ଗବେଷଣା ଜାରି ରଖିଛି । ସର୍ଭେ ଶେଷ କରି ଏହି ଜାହାଜ ଏବେ ମାଳଦ୍ୱୀପର ରାଜଧାନୀ ମାଲେ ଅଭିମୁଖେ ଯାତ୍ରା କରୁଛି । ଚୀନର ଏହି ଗବେଷଣା ଜାହାଜ ମାଳଦ୍ୱୀପରେ ପହଞ୍ଚିବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଉତ୍ତେଜନା ପୁଣି ବୃଦ୍ଧି ପାଇଛି । ଭାରତ ଚୀନ ଗୁପ୍ତଚର ଜାହାଜକୁ ନିଜ ପାଇଁ ବିପଦ ଭାବେ ଦେଖୁଛି । ଏହି ଗୁପ୍ତଚର ଜାହାଜ ଭବିଷ୍ୟତରେ ବୁଡ଼ାଜାହାଜ ଅପରେସନ୍ ପାଇଁ ତଥ୍ୟ ସଂଗ୍ରହ କରିପାରେ ବୋଲି ଭାରତ ଆଶଙ୍କା କରୁଛି ।

Leave a Reply