Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାରୁତିନଗର ପରିସରରେ ଆନ୍ତର୍ଜାତିକ ମାତୃଭାଷା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାରୁତିନଗର ପରିସରରେ ଆନ୍ତର୍ଜାତିକ ମାତୃଭାଷା ଦିବସ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାରୁତିନଗର ପରିସରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ସୁସାହିତ୍ୟିକ ସାରଙ୍ଗଧର ଷଡ଼ଙ୍ଗୀ, କାମଦେବ ମହାରଣା ଓ ମୁଖ୍ୟବକ୍ତା ଭାବେ ଶିକ୍ଷକ ତଥା ସାହିତ୍ୟିକ ଆଲୋକ କୁମାର ପ୍ରଧାନ ଓ ସୌଦାମିନୀ ପ୍ରଧାନ ଯୋଗ ଦେଇ ୨୦୦୮ ମସିହାରୁ ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ତାହା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମାଆ ଓ ମାତୃଭାଷା ପ୍ରତି ପ୍ରତ୍ୟେକ ନାଗରିକ ନିଜକୁ ସର୍ମପଣ ଭାବ ରଖିଲେ ଦେଶ ଓ ଜାତିର ଉନ୍ନତି ଘଟିବ ବୋଲି ଆଲୋକପାତ କରିଥିଲେ । ଆଚାର୍ଯ୍ୟା ରଜନୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଆଚାର୍ଯ୍ୟା ଅନୀତା ଜେନା ଓ ଲକ୍ଷ୍ମୀପ୍ରିୟା ରଥ ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଆଚାର୍ଯ୍ୟା ପ୍ରଶାନ୍ତି ତ୍ରିପାଠୀ ଓ ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଶିଶୁ କଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply