Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁରର ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ୱରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଂଟର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁରର ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ୱରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଂଟର

ସମ୍ବଲପୁର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଥିବା ବେଳେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଂଟର(ଏସଆଇସି)ର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ମଙ୍ଗଳବାର ଦିନ ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଂଟର ବାର୍ଷିକ ହଜାର ପିଲାଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ରୋଜଗାର ଓ ସ୍ୱରୋଜହାରର ବାଟ ଦେଖାଇବ । ଏହି ପିଲାମାନେ ମୋଦି ଗ୍ୟାରେଂଟିରେ ଯୋଡି ହୋଇ ବିକଶିତ ଭାରତ ଗଠନ ଦିଗରେ ଅଗ୍ରସର ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ଯୁବଶକ୍ତିଙ୍କୁ କୁଶଳୀ କରିବା ଲକ୍ଷରେ ଏହି ସ୍କିଲ ଇଣ୍ଡିଆ ସେଂଟରକୁ ଉଦଘାଟନ କରିଥିଲେ । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହୋଇଥିଲେ । ଏହିକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀରରୁ ଭିସି ଜରିଆରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ମୋଟ ପ୍ରାୟ ୧୭,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଉପହାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଯେଉଁଥିରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ୧୩,୩୭୫ କୋଟି ଟଙ୍କାର ୮୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଉଷା ଅଧୀନରେ ୭୮ଟି ବିଶ୍ୱବିଦ୍ୟାଳୟକୁ ଭାରତ ସରକାରଙ୍କ ଦ୍ୱାରା ୩,୬୧୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ଆଇଜର ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସର ଉଦଘାଟନ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ ହେବା ଖୁସିର ବିଷୟ । ୨୦.୯୪ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ମୁଣ୍ଡଳି ଓ ୧୫.୮୧ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ସୋନପୁରର ନୂତନ ଭବନ ଉଦଘାଟନ ସ୍ଥାନୀୟ ଅଂଚଳରେଗୁଣାତ୍ମର ଶିକ୍ଷାର ମାନକୁ ବଢାଇବ । ସୁନ୍ଦରଗଡ଼ ଜିଲ୍ଲାରେ ୨୫.୮୨ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, କୁତ୍ରା, ନୂଆପଡା ଜିଲ୍ଲାରେ ୩୦.୬୧ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆଳ ଏବଂ ୨୬.୬୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡାର ଶିଳାନ୍ୟାସ ହୋଇଛି । ଏହା ଦ୍ୱାରା ଆଗାମୀ ଦିନରେ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ । ଏହାବ୍ୟତୀତ ୪.୫୦ କୋଟି ଟଙ୍କା ବ୍ୟୟରେ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ସମ୍ବଲପୁରର ବହୁମୁଖୀ ସଭାଗୃହର ଶିଳାନ୍ୟାସ ଓ ଫୁଟବଲ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ସ୍କିଲ୍ ଲ୍ୟାବର ମଧ୍ୟ ଉଦଘାଟନ ହେବା ବଡ ଉପଲବ୍ଧି ବୋଲି ସେ କହିଥିଲେ । ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆମ ପିଲା ମାନଙ୍କର ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଓ ତାଙ୍କର ଜ୍ଞାନ ଆହରଣର ବ୍ୟବସ୍ଥାକୁ ଜାତୀୟ ସ୍ତରକୁ ନେବା ଦିଗରେ ସର୍ବଦା ପ୍ରୟାସ କରୁଥିବାରୁ ମା’ ସମଲେଶ୍ୱରୀଙ୍କ ଭୂମିରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ସମେତ ଭାରତବର୍ଷର ଆଇଆଇଟି, ଆଇଆଇଏମ ସମେତ ଯେଉଁ ସବୁ ପ୍ରକଳ୍ପ ହାତକୁ ନେଉଛନ୍ତି ତାହା ଦେଶର ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଂଟ ସାଜିବ ।

Leave a Reply