Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରକାର ଏବେ କୌଣସି ପରିବାର ନୁହେଁ, ବରଂ ଜମ୍ମୁ-କଶ୍ମୀରର ସେବା କରୁଛନ୍ତି : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରକାର ଏବେ କୌଣସି ପରିବାର ନୁହେଁ, ବରଂ ଜମ୍ମୁ-କଶ୍ମୀରର ସେବା କରୁଛନ୍ତି : ପ୍ରଧାନମନ୍ତ୍ରୀ

ଜମ୍ମୁ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ପ୍ରାୟ ୩୨ହଜାର କୋଟିର ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହା ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡକ, ବିମାନ, ପେଟ୍ରୋଲିୟମ ତଥା ନାଗରିକଙ୍କ ସୁବିଧା ଓ ଭିତ୍ତିଭୂମି ଢାଂଚା ସହିତ ଜଡିତ । ଏହି ଯୋଜନାରେ ଜମ୍ମୁକଶ୍ମୀରର ବିକାଶରେ ଡେଣା ଲାଗିବ ଏବଂ ଲୋକଙ୍କୁ ଅଧିକ ଫାଇଦା ହେବ । ସେ କହିଛନ୍ତି ଯେ, ଆମେ ବିକଶିତ ଜମ୍ମୁକଶ୍ମୀରର ସଂକଳ୍ପ ନେଇଛୁ । ବିକଶିତ ଭାରତର ଅର୍ଥ ବିକଶିତ ଜମ୍ମୁ-କଶ୍ମୀର ଅଟେ । ସରକାର ଏବେ କୌଣସି ପରିବାରର ନୁହେଁ, ବରଂ ଜମ୍ମୁ-କଶ୍ମୀରର ସେବା କରୁଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁରେ ୩୨ହଜାର କୋଟି ଟଙ୍କାର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି । କେହି ବି ଜଣେ ନାଗରିକ ଲାଭରୁ ବଂଚିତ ହେବେ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଡୋଗରୀରେ ନିଜର ଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ପରିଯୋଜନା ଅଂଚଳର ସାମଗ୍ରିକ ବିକାଶକୁ ଅଭିବୃଦ୍ଧି କରିବ । ଜନସଭାରେ ମୋଦି ଗତ ୧୦ବର୍ଷରେ ଜମ୍ମୁ-କଶ୍ମୀର ସହିତ ପୂରା ଭାରତରେ ହୋଇଥିବା ବିକାଶ କାର୍ଯ୍ୟର ତାଲିକା ରଖିଥିଲେ । ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ନିଶାନା ସାଧିଥିଲେ । ସେ କହିଥିଲେ ଯେ, କଂଗ୍ରେସ ଦଶନ୍ଧି ଧରି ମିଛ କହିଛି । କାର୍ଯ୍ୟକ୍ରମରେ ପିଏମ ମୋଦି ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଥିଲେ । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)-୧୬୬୧ କୋଟିରେ ସାମ୍ବା ଜିଲ୍ଲାର ବିଜୟପୁରରେ ନିର୍ମିତ ଏମ୍ସର ଲୋକାର୍ପଣ କରାଯାଇଛି । ଏହି ଏମ୍ସ ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଏକ ନୂଆ କ୍ରାନ୍ତି ଆଣିବ ଏବଂ ଜମ୍ମୁ କଶ୍ମୀର ସହିତ ହିମାଚଳ ଓ ପଂଜାବ ବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ମଙ୍ଗଳବାର ନିଜ ଗସ୍ତ କାଳରେ ପିଏମ ମୋଦି ଏମ୍ସର ଉଦଘାଟନ କରିଛନ୍ତି । ରେଳ ପରିଯୋଜନା- ଜମ୍ମୁ କଶ୍ମୀରରେ ବନିହାଲ-ଖଡି-ସୁଂବଡସଙ୍ଗଲଦାନ (୪୮ କିମି) ରେଳ ଲାଇନ ଓ ବାରାମୂଳାଶ୍ରୀନଗର-ବନିହାଲ-ସଙ୍ଗଲାନ ଖଣ୍ଡ (୧୮୫.୬୬ କିମି) ମଧ୍ୟରେ ନୂଆ ବିଦ୍ୟୁତୀକୃତ ସହିତ ବିଭିନ୍ନ ରେଳ ପରିଯୋଜନାର ଲୋକାର୍ପଣ କରିଛନ୍ତି ପିଏମ ମୋଦି । ପ୍ରଧାନମନ୍ତ୍ରୀ ପ୍ରଥମ ଇଲେକ୍ଟ୍ରି ଟ୍ରେନ ଓ ସଙ୍ଗଲଦାନ ଷ୍ଟେସନ ତଥା ବାରମୂଳା ଷ୍ଟେସନ ମଧ୍ୟରେ ରେଳସେବାର ଶୁଭାରମ୍ଭ କରିଥିଲେ । ସଡକ ପରିଯୋଜନା- ୭୮୭୪ କୋଟିର ସଡକ ପରିଯୋଜନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଜମ୍ମୁକୁ କଟରା ସହିତ ଯୋଡୁଥିବା ଦିଲ୍ଲୀ- ଅମୃତସର-କଟଡା ଏକ୍ସପ୍ରେସୱେକୁ ଦୁଇଟି ପ୍ୟାକେଜ ସହିତ ଗୁରୁତ୍ୱପୂର୍ଣ୍ଣ ସଡକ ପରିଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି । ଏୟାରପୋର୍ଟ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ଏୟାରପୋର୍ଟର ନୂଆ ଟର୍ମିନାଲ ଭବନର ଶିଳାନ୍ୟାସ କରିଛନ୍ତି । ୪୦ହଜାର ବର୍ଗକିଲୋମିଟରରେ ପରିବ୍ୟାପ୍ତ ନୂଆ ଟର୍ମିନାଲ ଭବନ ଭିଡ ସମୟରେ ଦୁଇହଜାର ଯାତ୍ରୀଙ୍କୁ ସେବା ପ୍ରଦାନ କରିବ, ଯାହାକି ଅତ୍ୟାଧୁନି ସୁବିଧା ବିଶିଷ୍ଟ ହେବ । ସିୟୁଏଫ ପେଟ୍ରୋଲିୟମ ଡିପୋ- ପ୍ରଧାନମନ୍ତ୍ରୀ ଜମ୍ମୁରେ ସିୟୁଏଫ ପେଟ୍ରୋଲିୟମ ଡିପୋ ବିକଶିତ କରିବା ପାଇଁ ଶିଳାନ୍ୟାସ କରିଛନ୍ତି । ଅନ୍ୟ ପରିଯୋଜନା- ପ୍ରଧାନମନ୍ତ୍ରୀ ଜମ୍ମୁ କଶ୍ମୀରରେ ନାଗରିକ ଭିତ୍ତିଭୂମି ଢାଂଚାକୁ ମଜବୁତ କରିବା ପାଇଁ ୩୧୫୦ କୋଟିର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

Leave a Reply