Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁରରୁ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁରରୁ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍‌

ସମ୍ବଲପୁର: ସମ୍ବଲପୁର ଗସ୍ତରେ । ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଯୋଗେ ପଶ୍ଚିମ ଓଡ଼ିଶାର ଲୋକେ ଅଯୋଧ୍ୟା ଯାଇ ଶ୍ରୀ ରାମଙ୍କୁ ଦର୍ଶନ କରିପାରିବେ । ୧୫୧୨ ଜଣ ରାମଭକ୍ତଙ୍କୁ ନେଇ ଏହି ଟ୍ରେନ୍ ଅଯୋଧ୍ୟା ଯାଇଛି । ଏହି ଅବସରରେ ଟ୍ରେନରେ ଯାତ୍ରା କରୁଥିବା ରାମ ଭକ୍ତ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ନିଜେ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି । ସେଲେଖିଛନ୍ତି, ପବିତ୍ର ଅଯୋଧ୍ୟାରେଲେଖିଛନ୍ତି, ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମଲଲାଙ୍କ ଦର୍ଶନ କରାଇବା ପାଇଁ ସମ୍ବଲପୁର ଷ୍ଟେସନରେ ସମ୍ବଲପୁର– ଦର୍ଶନନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରି ମୁଁ ଆନନ୍ଦିତ । ରାମ ନଗରୀରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି । ସୁବିଧାରେଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା କରୁଥିବାରୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁଧନ୍ୟବାଦ ।

Leave a Reply