Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଲିବାନର ଅଜବ ଆଦେଶ ଫଟୋ ଉଠାଇପାରିବେନି ‘ଜୀବିତ ଲୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଲିବାନର ଅଜବ ଆଦେଶ ଫଟୋ ଉଠାଇପାରିବେନି ‘ଜୀବିତ ଲୋକ

କାନ୍ଦାହାର: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ କ୍ରମାଗତ ଭାବେ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରାଯାଉଛି । ଏହି କ୍ରମରେ ତାଲିବାନ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି । କୁହାଯାଉଛି ଯେ ଏହା ଏକ ଅଢ଼େଇ ଦଶନ୍ଧି ପୁରୁଣା ଆଇନ, ଯାହାପୁଣି ଥରେ କାର୍ଯ୍ୟକାରୀ ହୋଇଛି । ତାଲିବାନର ଗଡ଼ କାନ୍ଦାହାରରେ ଏହି ନୂଆ ନିର୍ଦ୍ଦେଶ ଲାଗୁ ହେବ । ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, କାନ୍ଦାହାରର ଅଧିକାରୀମାନେ ଆଉ ଜୀବନ୍ତ ବ୍ୟକ୍ତିର ଫଟୋ କିମ୍ବା ଭିଡିଓ ଉଠାଇ ପାରିବେ ନାହିଁ । ତାଲିବାନ ଆଦେଶରେ କୁହାଯାଇଛି ଯେ ଏପରି କରିବା ଦ୍ୱାରା ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାଏ । ଏଣୁ ବଞ୍ଚିଥିବା ବ୍ୟକ୍ତିଙ୍କ ଫଟୋ କିମ୍ବା ଭିଡିଓ ଉତ୍ତୋଳନକୁ ନିଷିଦ୍ଧ କରାଯାଇଛି । କିନ୍ତୁ ଆଶ୍ୱସ୍ତିର ବିଷୟ ହେଉଛି ଏହା ଏବେ କେବଳ ସରକାରୀ ଅଧିକାରୀଙ୍କ ପାଇଁ ଲାଗୁ ହେବ । ସାଧାରଣ ଲୋକ ଓ ଗଣମାଧ୍ୟମକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି । କାନ୍ଦାହାର ଗଭର୍ଣ୍ଣରଙ୍କ ମୁଖପାତ୍ର ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତାରେ ଏହି ନିର୍ଦ୍ଦେଶକୁ ସ୍ପଷ୍ଟ କରିଛନ୍ତି । କାନ୍ଦାହାରବାସୀଙ୍କ ପାଇଁ ଜାରି କରାଯାଇଥିବା ଏହି ଆଦେଶ ଆଫଗାନିସ୍ତାନରେ ତାଲିବାନ ଶାସନ କରୁଥିବା ପୂର୍ବର ଅନ୍ଧକାର ସମୟକୁ ପୁଣି ମନେ ପକାଇ ଦେଇଛି । ୧୯୯୬ରୁ ୨୦୦୧ ମଧ୍ୟରେ ଆଫଗାନିସ୍ତାନରେ ଟେଲିଭିଜନ, ନାଚଗୀତକୁ ବି ନିଷିଦ୍ଧ କରାଯାଇଥିଲା । ସେତେବେଳେ ମଧ୍ୟ ଜୀବିତ ଲୋକଙ୍କ ଫଟୋ ଉଠାଇବାକୁ ବାରଣ କରାଯାଇଥିଲା ।

Leave a Reply