Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହରିୟାଣାରେ ଚାଲୁଥିଲା ଗୋମାଂସର ହୋମ ଡେଲିଭରି : ୪୦ କର୍ମଚାରୀଙ୍କୁ ସସପେଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହରିୟାଣାରେ ଚାଲୁଥିଲା ଗୋମାଂସର ହୋମ ଡେଲିଭରି : ୪୦ କର୍ମଚାରୀଙ୍କୁ ସସପେଣ୍ଡ

ନୂଆଦିଲ୍ଲୀ : ରାଜସ୍ଥାନ ପୋଲିସ ଅଲୱାରର ଜଙ୍ଗଲର ପାହାଡ ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ଚଢାଉ କରି ଚୋରା ଚାଲାଣ ହେଉଥିବା ବହୁ ପରିମାଣରେ ଗୋମାଂସ ଜବତ କରିଛି । ଜୟପୁର ଆଇଜି ରେଞ୍ଜ ଏବଂ ଏସପି ସୁରେନ୍ଦ୍ର ସିଂ ଆର୍ଯ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କର ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋରୁ ଚୋରା ଚାଲାଣକାରୀଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ଆଇଜି କିଶାନଗଡ ବ୍ୟାସ ଷ୍ଟେସନର ୪୦ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । କୁହାଯାଉଛି ୨୫ ଜଣଙ୍କ ବିରୋଧରେ ଗୋ ହତ୍ୟା ମାମଲା ମଧ୍ୟ ପୋଲିସ ପଞ୍ଜିକୃତ କରିଛି । ଗୋରୁ ପରିବହନ ପାଇଁ ବ୍ୟବହୃତ ୧୨ ରୁ ଅଧିକ ହୋମ ଡେଲିଭରି ବାଇକ ଏବଂ ପିକଅପ୍ ଗାଡି ମଧ୍ୟ ପୋଲିସ ଜବତ କରିଛି ।

Leave a Reply