Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ ମୋ’ ପାଇଁ ଏହା ବ୍ୟକ୍ତିଗତ କ୍ଷତି : ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ ମୋ’ ପାଇଁ ଏହା ବ୍ୟକ୍ତିଗତ କ୍ଷତି : ମୋଦୀ

ନୂଆଦିଲ୍ଲୀ : ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି । ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଭାବପ୍ରବଣ ହୋଇପଡିଛନ୍ତି । ମୋଦି ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୋ’ ପାଇଁ ଏହା ବ୍ୟକ୍ତିଗତ କ୍ଷତି । ସମାଜରେ ତାଙ୍କର ଅବଦାନ ପାଇଁ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଲାଗି ସେ ସବୁବେଳେ ମନେ ରହିବେ । ସେ କହିଛନ୍ତି, ଗତ ବର୍ଷ ଶେଷରେ ସେ ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମନ୍ଦିର ଗସ୍ତକୁ ଭୁଲି ପାରିବେ ନାହିଁ । ସେହି ସମୟରେ ସେ ମହାରାଜ ଜୀଙ୍କ ସହିତ ସମୟ ବିତାଇଥିଲେ । ଏହି ସମୟରେ ମୋଦି ତାଙ୍କ ପାଦ ଛୁଇଁଥିଲେ ଏବଂ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ । ପ୍ରଧାନମନ୍ତ୍ରୀ ସେହି ସମୟର କିଛି ଫଟୋ ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ବିଦ୍ୟାସାଗର ମହାରାଜ ୧୦ ଅକ୍ଟୋବର ୧୯୪୬ ରେ କର୍ନାଟକର ବେଲଗାମ ଜିଲାର କନ୍ନଡ ଭାଷାଭାଷୀ ଜୈନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଯେଉଁ ଘରେ ଜନ୍ମ ହୋଇଥିଲେ ତାହା ବର୍ତ୍ତମାନ ଏକ ମନ୍ଦିର ଏବଂ ସଂଗ୍ରହାଳୟରେ ପରିଣତ ହୋଇଛି । ତାଙ୍କର ପିଲାଦିନର ନାମ ବିଦ୍ୟାସାଗର ଥିଲା । ୧୯୬୮ ମସିହାରେ, ୨୨ ବର୍ଷ ବୟସରେ, ସେ ଦିଗମ୍ବର ସାଧୁ ଭାବରେ ଜୀବନ ଆରମ୍ଭ କରିଥିଲେ । ତାଙ୍କର ସାନ ଭାଇ ଯୋଗସାଗର ମହାରାଜ ଏବଂ ସମସାଗର ମହାରାଜ ବ୍ରହ୍ମଚର୍ଯ୍ୟ ବ୍ରତ ନେଇଥିଲେ ଏବଂ ପରେ ଭିକ୍ଷୁ ହୋଇଥିଲେ । ସୂଚନାଯୋଗ୍ୟ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଇନ୍ଦୋର ଗସ୍ତ ସମୟରେ ଗୋମାତଗିରିରେ ତାଙ୍କୁ ଭେଟିଥିଲେ । ୨୮ ଜୁଲାଇ ୨୦୧୬ ରେ ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ ପାଇବା ପରେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ରାଜ୍ୟସଭାରେ ପ୍ରବଚନ ଦେଇଥିଲେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ମଧ୍ୟ ତାଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ରାଜକୀୟ ଅତିଥି ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏକ ପ୍ରୋଟୋକଲ ଜାରି କରିଥିଲେ । ସୂଚନଯୋଗ୍ୟ, ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଛତିଶଗଡର ଡୋଙ୍ଗରଗଡରେ ସମାଧି ନେଇଛନ୍ତି । ତାଙ୍କ ଦେହାନ୍ତରେ ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି । ଏହି ଅବଧି ମଧ୍ୟରେ ଜାତୀୟ ପତାକା ଅର୍ଦ୍ଧନମିତରେ ରହିବ ।

Leave a Reply