Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁଇଟି ଗାଁ ମିଶି ହୋଇଛି ଗୋଟିଏ ଗାଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁଇଟି ଗାଁ ମିଶି ହୋଇଛି ଗୋଟିଏ ଗାଁ

ବାଲେଶ୍ୱର: ରାଜନୀତିର ଛକି ଶୂନ ଖଳରେ ଛନ୍ଦି ହୋଇପଡ଼ିଲା ଗାଁ । ଯେଉଁଥିପାଇଁ ଭାଇଚାରାର ବନ୍ଧନ ଭାଙ୍ଗି ଯାଇଥିଲା । ଆଉ ମଣିଷ ଓ ମଣିଷ ଭିତରେ ସୃଷ୍ଟି ହୋଇଥିଲା ଘୃଣା ଓ ଈର୍ଷା । ଏହି ବିବାଦରୁ ଗୋଟିଏ ଶାନ୍ତିପ୍ରିୟ ଗାଁ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ପରସ୍ପର ଭିତରେ କଳହ ଲାଗୁଥିଲା । ୨୪ ବର୍ଷ ପରେ ସେହି ବିବାଦର ସମାଧାନ ହୋଇଛି । ଆଉ ଦୁଇଟି ଗାଁ ମିଶି ହୋଇଛି ଗୋଟିଏ ଗାଁ । ଏମିତି ଏକ ଗାଁ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ । ଜଳେଶ୍ୱର ଶିଖରପୁର ପଞ୍ଚାୟତର ଭାନୁପୁର ଗାଁ । ୧୭୫ ପରିବାର ବାସ କରନ୍ତି । ଲୋକ ସଂଖ୍ୟା ୭୧୮ରୁ ଅଧିକ ହେବ । ଭାଇଚାରା ଦୃଷ୍ଟିରୁ ଏକଦା ଭାନୁପୁର ସ୍ୱତନ୍ତ୍ର ପରିଚୟ ପାଇଥିଲା । ହେଲେ ରାଜନୈତିକ ବିବାଦରେ ଛନ୍ଦି ହୋଇ ପଡ଼ିଲା ଏହି ଗାଁ । ୨୦୦୦ ମସିହାରେ ଦୁଇ ରାଜନୈତିକ ଦଳର ପାଇଁ ଶାନ୍ତିପ୍ରିୟ ଗାଁ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମହାଦେବଙ୍କୁ ଭାଗ ଭାଗ କରିଦେଲେ । ପାଖାପାଖି ଦୁଇଟି ଶିବ ମନ୍ଦିର ନିର୍ମାଣ କରିଥିଲେ । ଉଭୟ ଗୋଷ୍ଠୀ ଶିବ ମନ୍ଦିର ନାଁ ରଖିଥିଲେ ‘ବାବା ଝାଡ଼େଶ୍ୱର’ । ଅଲଗା ଅଲଗା ଶିବ ମନ୍ଦିର ନିର୍ମାଣ ହେବା ପରଠାରୁ ଗାଁ ଦୁଇ ଭାଗ ହୋଇଗଲା । ଦିନେ ଯେଉଁ ଗାଁ ଲୋକ ଏକତ୍ର ପର୍ବ ପର୍ବାଣୀ ପାଳୁଥିଲା, ଆଜି ସେମାନେ ଅଲଗା ଅଲଗା ପାଳୁଛନ୍ତି । ପୂର୍ବ ପରି ଆଉ ଉତ୍ସାହ ନାହିଁ । ଖାଲି କାମ ଚଳା ପର୍ବ ପର୍ବାଣୀ ପାଳନ କରାଯାଉଛି । ଯାହାକୁ ନେଇ ଗାଁର ବରିଷ୍ଠ ନାଗରିକଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା । ୨୪ ବର୍ଷ ଧରି ଲାଗିଥିବା ବିବାଦର ସମାଧାନ ପାଇଁ ପ୍ରଚେଷ୍ଟା କରିଥିଲେ । ବିଦାଦ ସମାଧାନ ପାଇଁ ଦୁଇ ପକ୍ଷରୁ ବ୍ୟକ୍ତିଙ୍କୁ ଡାକି ଗୋଟିଏ ସ୍ଥାନରେ ବସାଇଥିଲେ । ୨୦୨୪ ଜାନୁଆରୀ ୨୭ ତାରିଖରେ ଗାଁରେ ଗୋଟିଏ ସଭା ଆୟୋଜନ କରାଯାଇଥିଲା । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ବୈଠକରେ ନିଷ୍ପତ୍ତ ହୋଇଥିଲା । ତା’ପରେ ଦୁଇ ଗାଁ ମିଶି ପୂର୍ବପରି ଗୋଟିଏ ଗାଁରେ ପରିଣତ ହୋଇଗଲା । ସବୁ ବିବାଦର ଅବସାନ ଘଟିଲା । ଦୁଇଟି ଯାକ ଶିବ ମନ୍ଦିରରେ ଗାଁ ଲୋକମାନେ ଏବେ ପୂଜା କରିବେ । ଗାଁର ମୁଖ୍ୟ ପର୍ବ ପର୍ବାଣୀ ଏକ ସଙ୍ଗେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା । ଦୁଇ ମନ୍ଦିର ଦାୟିତ୍ୱ ଗାଁ କମିଟି ତୁଲାଇବାକୁ ନିଷ୍ପତ୍ତି ନିଆଯାଥିଲା । ଯେଉଁ କମିଟିରେ ସଭାପତି ଅଛନ୍ତି ବିଜୟ କୁମାର ପ୍ରଧାନ ଓ ସମ୍ପାଦକ ଅଛନ୍ତି କମଳାକାନ୍ତ । ୨୪ ବର୍ଷର ବିବାଦ ସମାଧାନ ହୋଇଥିବାରୁ ଗାଁରେ ତିନି ଦିନିଆ ଶାନ୍ତି ନାମଯଜ୍ଞ ଓ ମହୋତ୍ସବ ଅନୁଷ୍ଠିତ ହୋଇଛି ।

Leave a Reply