ରାମଙ୍କ ରଥ ଓ ଅକ୍ଷତ ବଣ୍ଟନ ଶୋଭାଯାତ୍ରା

କଟକ/ଚୌଦ୍ୱାର : ଆସନ୍ତା ଜାନୁଆରୀ ୨୨ତାରିଖ ରେ ଶ୍ରୀ ରାମ ତୀର୍ଥ କ୍ଷେତ୍ର ଅଯୋଧ୍ୟା ରାମ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେବାପାଇଁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ଘରେ ଘରେ ବୁଲି ବଣ୍ଟନ କରାଗଲା ।ଶ୍ରୀ ଶ୍ରୀ ଗନ୍ଧର୍ବନାଥ ରାମଲୀଳା ସମିତି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମେ ରେ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଘର ଘର ବୁଲି ଲୋକଙ୍କ ମଧ୍‌ଯ ରେ ପ୍ରଭୂ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଦିନ ସାରା ଅଞ୍ଚଳ କୁ ରାମମୟ କରିବାପାଇଁ ଆହ୍ୱାନ ଦେଇଥିଲେ । ଶୋଭାଯାତ୍ରା ରେ ରାମ ଲକ୍ଷ୍ମଣ ସୀତା ଙ୍କ ପ୍ରତିବିମ୍ବ ଙ୍କୁ ରଥ ରେ ବସାଇ ଗ୍ରାମ ପରିକ୍ରମା ହୋଇଥିଲା ଓ ରାମ ଙ୍କ ଶ୍ରେଷ୍ଠ ଭକ୍ତ ହନୁମାନ ଙ୍କ ଛଦ୍ମ ବେଷ ଧାରି କୁନି କୁନି ପିଲା ମାନେ ନିଜେ ରାମ ଙ୍କ ପ୍ରଚାର୍ କରିଥିଲେ ।୧୫, ୧୬ନମ୍ୱର୍ ୱାର୍ଡ ର ଚିତ୍ରେଶ୍ୱ,ର୍ ଜେନା ପାଟଣା,ଗୋଡ଼ି ପାଟଣା, ଦୌଲତା ବାଦ୍‌, ମଙ୍ଗଳା ସାହି, ମୁରାଦାଖା ପାଟଣା ପ୍ରମୁଖ ଅଞ୍ଚଳ ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀକାନ୍ତ ମହାପାତ୍ର, ବଳରାମ ସାହୁ,ଆଖୟ ମୁଦୁଲି, ଝୁନୁରାଣି ଦାସ, ବର୍ଷାରାଣୀ ପଲେଇ,ଅକ୍ଷୟ ମୁଦୁଲି,ଦୀପକ ବେହେରା,ନୃସିଂହ ମହାପାତ୍ର,କାର୍ତ୍ତିକ ନାୟକ,ପ୍ରଦୀପ ମହାପାତ୍ର, କେଳୁଚରଣ ନାୟକ, ପୂପୁନ ନାୟକ,ନିଗମ ସାହୁ,ଜୟନ୍ତ ବେହେରା,ଦାଶରଥି ପଣ୍ଡା,ବ୍ରଜବନ୍ଧୁ ମହାପାତ୍ର,ଉମେଶ ବେଉରା, ବିଦ୍ୟାଧର ବେହେରା,ନନ୍ଦକିଶୋର ଦାସ, ପ୍ରଶାନ୍ତ ନାୟକ,ବିଭୂତି ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।ଶେଷ ରେ ଗନ୍ଧର୍ବନାଥ ମନ୍ଦିର ଆନୁକୁଲ୍ୟରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।

Leave a Reply

Your email address will not be published. Required fields are marked *