Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆରଏସ୍‌ଏସ୍ ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ନିର୍ବାଚନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆରଏସ୍‌ଏସ୍ ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ନିର୍ବାଚନ

ସମୀର କୁମାର ମହାନ୍ତି ପ୍ରାନ୍ତ ସଂଘଚାଳକ ରୂପେ ନିର୍ବାଚିତ

ଭୁବନେଶ୍ୱର,୪/୨ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଫେବୃୟାରୀ ୩ ଓ ୪ ଦୁଇ ଦିନଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ସମୀର କୁମାର ମହାନ୍ତି ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ରୂପେ ନିର୍ବାଚିତ ହୋଇଛନ୍ତି । ଏଥି ସହିତ ମନସୁଖଲାଲ ସେଠିଆ ସହ-ପ୍ରାନ୍ତସଂଘଚାଳକ ରୂପେ ମନୋନୀତ ହୋଇଛନ୍ତି । ଶରତ ସେନ୍‌,ପ୍ରଭାତ କୁମାର ସାହୁ ଓ ମନୋଜ ଚୌଧୁରୀ ତିନିଜଣ କେନ୍ଦ୍ରୀୟ ପ୍ରତିନିଧିଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନ ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ଏହି ନିର୍ବାଚନରେ ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରାସଦ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଡ. ଭଗବାନ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ ।
ଶ୍ରୀ ମହାନ୍ତି ପ୍ରାନ୍ତ ସଂଘଚାଳକ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କର ନୂତନ ପ୍ରାନ୍ତ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ସଂଘର ଓଡିଶା ପୂର୍ବ ପ୍ରାନ୍ତର ନୂତନ କାର୍ଯ୍ୟକାରିଣୀରେ ମୋଟ ୨୦ ସଦସ୍ୟ ମନୋନୀତ ହୋଇଥିବା ବେଳେ ଗତିବିଧି କାର୍ଯ୍ୟପାଇଁ ୭ ଜଣ ଓ ନିମନ୍ତ୍ରିତ ସଦସ୍ୟ ଭାବେ ୨ ଜଣ ମନୋନୀତ ହୋଇଛନ୍ତି ।

Leave a Reply