Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା

ଜାହାଜରୁ ଅପହୃତ ୧୯ ପାକିସ୍ତାନ ନାବିକଙ୍କୁ କଲା ଉଦ୍ଧାର ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା । ସୋମାଲିଆ ଉପକୂଳରୁ ଅପହୃତ ପାକିସ୍ତାନର ୧୯ ଜଣ ନାବିକଙ୍କ ସୁରକ୍ଷିତ ଉଦ୍ଧାର କରିଛି । ଭାରତୀୟ ଯୁଦ୍ଧ ଜାହାଜ ଓଘଝ ସୁମିତ୍ରା ଏହି ସାହସିକତା ଦେଖାଇଛି । ୩୬ ଘଣ୍ଟା ମଧ୍ୟରେ ଭାରତୀୟ ଯୁଦ୍ଧ ଜାହାଜ ହାଇଜ୍ୟାକ୍ ହୋଇଥିବା ଦୁଇଟି ଜାହାଜକୁ ଉଦ୍ଧାର କରିଥିବା ନେଇ ଭାରତୀୟ ନୌସେନା କହିଛି । ସୋମବାର ସୋମାଲିଆ ଉପକୂଳରେ ଇରାନର ପତାକା ଲାଗିଥିବା ଏକ ମତ୍ସ୍ୟଜୀବୀ ଜାହାଜ ୠଠ ଇକ୍ଷ ନୀମିରେ ଥିବା ୧୧ ଜଣ ସଶସ୍ତ୍ର ବାହିନୀ ଆମେରିକାର ମସ୍ୟଜୀବୀ ଜାହାଜକୁ ହାଇଜ୍ୟାକ କରିନେଇଥିଲେ । ଏଥିରେ ୧୯ ଜଣ ପାକିସ୍ତାନ କ୍ରୁ ସଦସ୍ୟ ଥିଲେ । ଭାରତୀୟ ଯୁଦ୍ଧ ଜାହାଜ ଓଘଝ ସୁମିତ୍ରା ନୌସୈନିକ ସେମାନଙ୍କୁ ଅଟକାଇ ପାକିସ୍ତାନ ବନ୍ଧକଙ୍କୁ ମୁକ୍ତ କରିବାକୁ ବାଧ୍ୟ କରିଥିଲା । ଏହାପରେ ପାକିସ୍ତାନର ୧୯ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ମୁକ୍ତ ହୋଇଥିଲେ । ନିକଟରେ ବ୍ରିଟିଶର ଜାହାଜକୁ ମଧ୍ୟ ରକ୍ଷା କରିଥିଲା ଭାରତୀୟ ନୌସେନା । ଜାନୁଆରୀ ୨୬ରେ ୟେମନର ଇରାନ ସମର୍ôଥତ ହାଉତିମାନେ ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଜାହାଜ ଉପରକୁ ମିସାଇଲ ମାଡ଼ କରିଥିଲେ । ମିସାଇଲ ମାଡ଼ ପରେ ଜାହାଜରେ ନିଆଁ ଲାଗିଯାଇଥିଲା । ଏଥିରେ ଭାରତର ୨୨ ଜଣ ସଦସ୍ୟଙ୍କ ସମେତ ଜଣେ ବାଂଲାଦେଶ ନାଗରିକ ଥିଲେ । ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଓଘଝ ବିଶାଖାପାଟନମ ସୈନ୍ୟମାନେ ଗଭୂର ସମୁଦ୍ରରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

Leave a Reply