Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କୀ ସଂଗଠନ ‘ସିମି’ ଉପରେ ଆଉ ୫ବର୍ଷ ବଢ଼ିଲା ବ୍ୟାନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କୀ ସଂଗଠନ ‘ସିମି’ ଉପରେ ଆଉ ୫ବର୍ଷ ବଢ଼ିଲା ବ୍ୟାନ୍

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟ୍ସ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ ଅଫ୍ ଇଣ୍ଡିଆ(ସିମି) ଉପରେ ଲାଗିଥିବା ବ୍ୟାନ୍‌କୁ ଆଜି କେନ୍ଦ୍ର ସରକାର ଆଉ ୫ବର୍ଷ ବୃଦ୍ଧି କରିଛନ୍ତି । ଏହି ସଂଗଠନ ଦେଶରେ ଆତଙ୍କବାଦ ପାଇଁ ପ୍ରୋତ୍ସାହନ ଦେବା, ଦେଶରେ ଶାନ୍ତି ଓ ସମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ସୋମବାର ବ୍ୟାନ୍ ନିର୍ଦ୍ଦେଶକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି । ଏନେଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଦୃଷ୍ଟିକୋଣକୁ ବଳ ଦେବାକୁ ସିମିକୁ ୟୁଏପିଏ ଅଧୀନରେ ଆଉ ୫ ବର୍ଷ ପାଇଁ ବେଆଇନ୍ ସଂଗଠନ ଘୋଷଣା କରାଯାଉଛି । ଶାହ ଆହୁରି ଲେଖିଛନ୍ତି ‘ସିମି ଭାରତର ସାର୍ବଭୌମତ୍ୱ ଓ ଏକତାକୁ ହାନୀ ପହଞ୍ଚାଇବା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ବିଗାଡ଼ିବା କାର୍ଯ୍ୟରେ ଲିପ୍ତ ଥିବା ପ୍ରମାଣ ମିଳିଛି ।’ ସୂଚନା ଥାଉକି, ୨୦୦୧ରେ ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ସମୟରେ ସିମି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସିମି ସଂଗଠନର ସଦସ୍ୟମାନେ ୨୦୧୪ ଭୋପାଲ ଜେଲ ଭଙ୍ଗା ଘଟଣା, ୨୦୧୪ ବେଙ୍ଗାଲୁରୁରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବିସ୍ଫୋରଣ ଘଟଣା ଓ ୨୦୧୭ ଗୟା ବିସ୍ଫୋରଣ ଘଟଣାରେ ସାମିଲ ରହିଥିଲେ ।

Leave a Reply