ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା କେରାଗୋଡୁ ଗାଁରେ ହନୁମାନଙ୍କ ପତାକାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥିତି ଏଭଳି ହୋଇଛି ଯେ, ଗାଁରେ ୧୪୪ ଧାରା ଲାଗୁ ହୋଇଛି । ବହୁମାତ୍ରାରେ ପୋଲିସ୍ ଫୋର୍ସ ନିୟୋଜିତ ହୋଇଛି । ସୂଚନା ଅନୁଯାୟୀ, ଗତ ସପ୍ତାହରେ ଗାଁର କିଛି ଯୁବକ ଗୋଷ୍ଠୀ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ହନୁମାନଙ୍କ ପତାକା ଲଗାଇଥିଲେ । ଗ୍ରାମ ପଞ୍ଚାୟତ ତରଫରୁ ସେହି ପତାକା ଲଗାଇବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ କିଛି ଲୋକ ଏହି ପତାକା ଲଗାଇବାକୁ ଏହାକୁ ବିରୋଧ କରିଥିଲେ । ଏହା ପରେ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ଗାଁ ଲୋକଙ୍କୁ ସେହି ପତାକା ହଟାଇଦେବାକୁ କୁହାଯାଇଥିଲା । ଯାହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଗାଁର ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ପତାକା ଆମ ଆସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ କିଛି ଲୋକ ଏହା ଉପରେ ରାଜନୀତି କରୁଛନ୍ତି । ଗାଁ ଲୋକଙ୍କ ସହ ବିଜେପି, ଜେଡିଏସ ଏବଂ ବଜରଙ୍ଗ ଦଳର ଲୋକମାନେ ମଧ୍ୟ ଓହ୍ଲାଇଛନ୍ତି । ଗାଁରେ ବିରୋଧ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ଶନିବାର ପତାକା ଓହ୍ଲାଇବା ଆଦେଶର ବିରୋଧରେ ଗାଁଲୋକେ ଦୋକାନ ବଜାର ମଧ୍ୟ ବନ୍ଦ କରିଥିଲେ । ରବିବାର ଗ୍ରାମର ପଞ୍ଚାୟତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପତାକା ଓହ୍ଲାଇବାକୁ ଚାହୁଥିଲେ । କିନ୍ତୁ ଗାଁଲୋକମାନେ ଏକାଠି ହୋଇଥିଲେ ଏବଂ ସେମାନଙ୍କୁ ଫେରିଯିବାକୁ କହିଥିଲେ । ବର୍ତ୍ତମାନ ମଧ୍ୟ ଗ୍ରାମରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ରହିଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ନିୟୋଜିତ କରାଯାଇଛି । ସେପଟେ ବିଜେପି ଏବଂ ହିନ୍ଦୁ କାର୍ଯ୍ୟକର୍ତ୍ତା ପତାକା ହଟାଇବାକୁ ବିରୋଧ କରିଛନ୍ତି । ବିଜେପି ଘୋଷଣା କରିଛି, ଯଦି ପତାକା ହଟାଯିବ ତେବେ କର୍ଣ୍ଣାଟକର ସବୁ ଜିଲ୍ଲାରେ ଆନ୍ଦୋଳନ କରାଯିବ । ସୋମବାର ବିଜେପି କାର୍ଯ୍ୟକର୍ତ୍ତାମ ବେଙ୍ଗାଲୁରୁରେ ମଧ୍ୟ ମୈସୁରୁ ବ୍ୟାଙ୍କ୍ ସର୍କଲ ନିକଟରେ ଏକାଠି ହୋଇଥିଲେ । ଏହି ସମୟରେ ପୋଲିସ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ହେପାଜତକୁ ନେଇଛି ।