Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୫୦୦ ବର୍ଷ ଯାଏ ଭୂମିକମ୍ପରେ ପ୍ରଭାବିତ ହେବନି ରାମ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୫୦୦ ବର୍ଷ ଯାଏ ଭୂମିକମ୍ପରେ ପ୍ରଭାବିତ ହେବନି ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାଠାରୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଏହାରି ଭିତରେ ବୈଜ୍ଞାନିକମାନେ ରାମ ମନ୍ଦିରକୁ ନେଇ ଏକ ବଡ଼ ଦାବି କରିଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ଆସନ୍ତା ୨୫୦୦ ବର୍ଷ ଯାଏ ବଡ଼ରୁ ବଡ଼ ଭୂମିକମ୍ପ ବି ରାମ ମନ୍ଦିରରୁ କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ । ରୁଡ଼କୀ ସ୍ଥିତ ସିଏସଆଇଆର ସିବିଆଆରଆଇର ବୈଜ୍ଞାନିକମାନେ ରାମ ମନ୍ଦିରର ଅଧ୍ୟୟନ କରିବା ପରେ କହିଛନ୍ତି ଯେ ଏହି ମନ୍ଦିର ୨୫୦୦ ବର୍ଷ ଯାଏ ଭୂମିକମ୍ପକୁ ସହିପାରିବ । ବିଜନେସ୍ ଟୁଡେର ରିପୋର୍ଟ ଅନୁସାରେବୈଜ୍ଞାନିକମାନେ ମନ୍ଦିରର ଜିୟୋଫିଜିକଲ କ୍ୟାରେକ୍ଟାରାଇଜେସନ, ଜିୟୋଟେକ୍ନିକାଲ ଓଲିସିସ୍‌, ମୂଳଦୂଆର ଡିଜାଇନ୍ ଏବଂ ଆଧୁନିକ ୩ଡି ଡିଜାଇନର ଅଧ୍ୟୟନ କରିବା ପରେ ଏହି ଦାବି କରିଛନ୍ତି ।ବୈଜ୍ଞାନିକଙ୍କ କହିବା ଅନୁସାରେ ବଡ଼ ବଡ଼ ଭୂମିକମ୍ପକୁ ରାମ ମନ୍ଦିର ସହିପାରିବ । ତେବେ ଏହିପରି ଭୂମିକମ୍ପ ଅଢେଇ ହଜାର ବର୍ଷରେ ଥରେ-ଅଧେ ଆସିଥାଏ । ଉଝଓଜଉଈଜଓର ବରିଷ୍ଠ ବୈଜ୍ଞାନିକ ଦେବଦତ୍ତ ଘୋଷ କହିଛନ୍ତି ଯେ ତିନି ମହଳା ମନ୍ଦିର ୮ ତୀବ୍ରତା ଯାଏ ଭୂମିକମ୍ପକୁ ସହ୍ୟ କରିପାରିବ । ମନ୍ଦିର ନକ୍ସା ପ୍ରାୟ ୫୦ କମ୍ପ୍ୟୁଟର ମଡେଲ ସହ ତୁଳନା କରିବା ପରେ କରାଯାଇଛି । ଦେବଦତ୍ତଙ୍କ ସହ ମନୋଜିତ ସାମନ୍ଥା ମଧ୍ୟ ରାମ ମନ୍ଦିରର ଅଧ୍ୟୟନ କରିଥିଲେ । ଏହି ଦୁଇ ବୈଜ୍ଞାନିକ ସେଣ୍ଟର ଅଫ୍‌ଏକ୍ସିଲେନ୍ସି ଫର୍ କଞ୍ଜରଭେସନ ଅଫ୍ ହେରିଟେଡ୍ ଷ୍ଟଚକ୍ସର୍ସର ସଂଯୋଜକ ଅଛନ୍ତି । ବୈଜ୍ଞାନିକ ଦ୍ୱୟ କହିଛନ୍ତି ଯେ ଏଥିପାଇଁ ମାଟି ଭିତର ତରଙ୍ଗର ଅଧ୍ୟୟନ କରାଯାଇଛି ଯାହାକୁ ଗଇଝଡ କୁହାଯାଏ । ଏଥିରେ ମାଟିରେ ତରଙ୍ଗର ଗତି, ଭୂଜଳ ସ୍ଥିତି, ମଜଭୁତି, ଭୂକମ୍ପ ସମ୍ଭାବନା ଆଦି ଉପରେ ସୂଚନା ମିଳିଥାଏ । ମନ୍ଦିରକୁ ନେଇ ପ୍ରଥମେ ଦାବି କରାଯାଇଥିଲା ଯେ ଏହା ୧୦୦୦ରୁ ଅଧିକ ବର୍ଷ ଯାଏ ରହିବ । ମନ୍ଦିରରେ ଯେଉଁ ବଲୁଆ ପଥର ବ୍ୟବହାର କରାଯାଇଛି, ତାହା ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ଶୀଘ୍ର ପ୍ରଭାବିତ ହୁଏ ନାହିଁ ।

Leave a Reply