Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏଣିକି ମଦ୍ରାସାର ପିଲା ପଢିବେ ଶ୍ରୀରାମ କଥା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏଣିକି ମଦ୍ରାସାର ପିଲା ପଢିବେ ଶ୍ରୀରାମ କଥା

ଡେରାଡୁନ: ୱାକଅଫ ବୋର୍ଡ଼ ର ଅଧ୍ୟକ୍ଷ ଶାଦାବ ଶମ୍ସ ଏବଂ ମଦ୍ରାସା ବୋର୍ଡ଼ର ଅଧ୍ୟକ୍ଷ ମୁଫତି ଶମୁନ କାସମିଙ୍କ ପକ୍ଷରୁ ପୃଥକ୍ ପୃଥକ୍ ଦିଆଯାଇଥିବା ବୟାନରୁ ଜଣାପଡିଛି ଯେ, ଏଣିକି ମଦ୍ରାସାର ପିଲା ପଢିବେ ଶ୍ରୀରାମ କଥା । ମୁସଲିମ୍ ପନ୍ଥ ର ଏହି ଦୁଇ ଧାର୍ମିକ ନେତାଙ୍କ କହିବା କଥା, ଆମର ପୂର୍ବଜ ଏବଂ ଆଗାମୀ ପୀଢ଼ିକୁ ଏକଥା କହିବା ଆମର ନୈତିକ ଦାୟୀତ୍ୱ ଅଟେ । ଏଣିକି ମଦ୍ରାସାର ପିଲାଙ୍କୁ ମଧ୍ୟ ଭଗବାନ ଶ୍ରୀରାମ ଏବଂ ପୂର୍ବଜଙ୍କ ବାବଦରେ ସୂଚନା ଦିଆଯିବ । ମୁଫତି ଶମୁନ କାସମୀଙ୍କ କହିବା କଥା, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନିର୍ଦ୍ଦେଶ କ୍ରମେ ମଦ୍ରାସା ଶିକ୍ଷା ବୋର୍ଡ଼ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଦୃଷ୍ଟିକୋଣ ଉପରେ କାମ କରୁଛି ।

Leave a Reply