Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରୁ ଫେରିବା ପରେ ଦୁଇ ରାମଭକ୍ତଙ୍କୁ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରୁ ଫେରିବା ପରେ ଦୁଇ ରାମଭକ୍ତଙ୍କୁ ସ୍ୱାଗତ

ମାଲକାନଗିରି : ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ମାଲକାନଗିରି ଜିଲ୍ଲାର ୨ ଜଣ ରାମ ଭକ୍ତ ଗତ ଡିସେମ୍ବର ମାସ ୨୦ ତାରିଖରେ ମାଲକାନଗିରି ସହରରୁ ଅଯୋଧ୍ୟା ନଗରୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ରାମ ଭକ୍ତ ଦିନେଶ ପଟ୍ଟନାୟକ ଏବଂ ଭଗବାନ ଦୁର୍ଗା ପ୍ରତ୍ୟେକ ଦିନ ପ୍ରାୟ ୪୦ ରୁ ୫୦ କିଲୋମିଟର ପାଦରେ ଚାଲି ଚାଲି ବହୁ ବାଧାବିଘ୍ନର ସମ୍ମୁଖିନ ହୋଇ ଜାନୁଆରୀ ୨୧ ତାରିଖରେ ଅଯୋଧ୍ୟା ନଗରୀରେ ପହଂଚି ଥିଲେ । ଏହାପରେ ଜାନୁଆରୀ ୨୨ ଏବଂ ୨୩ ତାରିଖରେ ଅଯୋଧ୍ୟା ନଗରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମନ୍ଦିର ଭିତରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିଲେ । ପରେ ସେମାନେ ଅଯୋଧ୍ୟା ନଗରୀରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ରବିବାର ସକାଳେ ନିରାପଦରେ ମାଲକାନଗିରି ଫେରିଛନ୍ତି । ମାଲକାନଗିରି ପହଂଚିବା ପରେ ସହରର ଶହ ଶହ ସାଧାରଣ ଜନତା, ରାମଭକ୍ତ ଏବଂ ସମାଜସେବୀ ବ୍ୟାଣ୍ଡ୍ ବାଜା ଏବଂ ଜୟ ଶ୍ରୀରାମ ଧ୍ୱନି ସହିତ ଶୋଭାଯାତ୍ରା କରି ସେମାନଙ୍କୁ ସ୍ୱାଗତ କରିଥିଲେ । ଉଭୟଙ୍କୁ ସ୍ୱଚକ୍ଷୁରେ ଦେଖିବା ପାଇଁ ବହୁ ଲୋକ ସେମାନଙ୍କ ଘର ନିକଟରେ ଅପେକ୍ଷା କରି ରହିଥିଲେ । ଘରେ ପହଂଚିବା ପରେ ଅନେକ ଲୋକ ଦିନେଶ ଏବଂ ଭଗବାନଙ୍କ ପାଦ ଛୁଇଁ ଭକ୍ତିପୂତ ଭାବରେ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା । ଦୁହେଁ ଉପାନ୍ତ ମାଲକାନଗିରି ଜିଲ୍ଲାରୁ ପାଦରେ ଚାଲି ଚାଲି ଅଯୋଧ୍ୟା ନଗରୀକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିବାରୁ ସ୍ଥାନୀୟ ଜନସାଧାରଣ ଗର୍ବ ଅନୁଭବ କରୁଥିବା ମତବ୍ୟକ୍ତ କରିଛନ୍ତି ।

Leave a Reply