Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ଫେରନ୍ତା ସନ୍ତୋଷୀ ଦେଓଙ୍କୁ ଚମ୍ପୁଆରେ ଭାବ୍ୟ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ଫେରନ୍ତା ସନ୍ତୋଷୀ ଦେଓଙ୍କୁ ଚମ୍ପୁଆରେ ଭାବ୍ୟ ସ୍ୱାଗତ

ଚମ୍ପୁଆ : ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଯାଇଥିବା କେନ୍ଦୁଝରର ମହିଳା ଅଟୋ ଚାଳିକା ସନ୍ତୋଷୀ ଦେଓଙ୍କୁ ଚମ୍ପୁଆ ଠାରେ ରାମ ମନ୍ଦିର କମିଟି ଦ୍ୱାରା ଭାବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଗତ ୨୭ ତାରିଖ ସଂନ୍ଧ୍ୟା ସମୟରେ ସନ୍ତୋଷୀ ଦେଓ ଅଯୋଧ୍ୟାରୁ ଚମ୍ପୁଆ ବାଟ ଦେଇ ଫେରୁଥିଲେ । ଫେରିବା ବାଟରେ ଚମ୍ପୁଆ ଶ୍ରୀ ରାମ ମନ୍ଦିର ଦର୍ଶନ କରିଥିବା ବେଳେ ରାମ ମନ୍ଦିର କମିଟି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସନ୍ତୋଷୀ ଦେଓ ଅଟୋରେ ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯାତାୟତର ଅନୁଭୂତି ବଖାଣିବା ସହିତ ପ୍ରଭୁ ଶ୍ରୀ ରାମଙ୍କ ଉପରେ ରଖିଥିବା ଆସ୍ଥା ଓ ବିଶ୍ୱାସ ତାଙ୍କ ପଥରୋଧ କରିଥିଲେ ମଧ୍ୟ ବେଶି ସମୟ ରଖି ପାରିନଥିଲା ବୋଲି ସୂଚନା ଦେଇଥିଲେ । ଏପରିକି ଅଯୋଧ୍ୟାରୁ ଆଣିଥିବା ପ୍ରସାଦ କମିଟି ମେମ୍ବର ସମେତ ସ୍ଥାନିୟ ଲୋକଙ୍କୁ ସେ ପ୍ରଦାନ କରିଥିଲେ ।

Leave a Reply