ପ୍ରଭୁ ଶ୍ରୀରାମଙ୍କଠୁ ଆଶୀର୍ବାଦ ନେଲେ ହନୁମାନ…

ଅଯୋଧ୍ୟା : ନଭ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଶ୍ରରାମଲଲାଙ୍କ ଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ପ୍ରବଳ ଗହଳି ମଧ୍ୟରେ ଗୋଟିଏ ମାଙ୍କଡ ଗର୍ଭଗୃହରେ ପ୍ରବେଶ କରି ଶ୍ରୀରାମଲଲାଙ୍କ ଦର୍ଶନ କରିଛି । ଏଭଳି ଘଟଣାକୁ ଦେଖି ସତେ ଯେପରି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ସ୍ୱୟଂ ହନୁମାନ ଆସିଛନ୍ତି ସେଭଳି ଲାଗିଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମଙ୍ଗଳବାର ରାତିରେ ଏକ ବୟାନ ଜାରି କରି କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫.୫୦ ସମୟରେ ଗୋଟିଏ ମାଙ୍କଡ ଦକ୍ଷିଣ ଦ୍ୱାର ଦେଇ ଗୁଢ ମଣ୍ଡର ପଟେ ଗର୍ଭଗୃହ ଭିତରକୁ ପ୍ରବେଶ କରିଥିଲା । ମାଙ୍କଡଟି ଉତ୍ସବ ମୂର୍ତ୍ତି ନିକଟରେ ବସିଥିବାର ଦେଖି ସୁରକ୍ଷାକର୍ମୀମାନେ ପହଞ୍ଚିଥିଲେ । ମାତ୍ର ମାଙ୍କଡଟି ଶାନ୍ତ ଭାବରେ ଉତ୍ତର ଦ୍ୱାର ଆଡକୁ ଯାଇଥିଲା । ମାତ୍ର ଦ୍ୱାର ବନ୍ଦ ଥିବା କାରଣରୁ ମାଙ୍କଡଟି ପୂର୍ବ ଦ୍ୱାର ଦେଇ ଦର୍ଶନାର୍ଥୀଙ୍କ ମଧ୍ୟ ଦେଇ ବାହାରକୁ ଯାଇଥିଲା ।

May be an image of temple

Leave a Reply